ପାଟଣାଗଡ଼/ଲାଠୋର : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଟଙ୍କପାଣି ପଞ୍ଚାୟତ ସଦର ଟଙ୍କପାଣି ଗାଁରେ ଥିବା ଏକ ସାର ଗୋଦାମରେ ଶନିବାର କୃଷି ବିଭାଗ ଚଢ଼ଉ କରିଛି। ସେଠା‌ରେ ଗଚ୍ଛିତ ଥିବା ୬୬ ବସ୍ତା ସାରକୁ ଜବତ କରାଯାଇଛି।

ପ୍ରକାଶ ‌ଯେ, ଟଙ୍କପାଣି ଗାଁର ଷଷ୍ଠ ହଂସ ବେଆଇନ ଭାବେ ସାର ଗଚ୍ଛିତ ରଖି ଚଢ଼ା ଦରରେ ଅଞ୍ଚଳର ଚାଷୀମାନଙ୍କୁ ବିକ୍ରି କରୁଥିଲେ। ଏ ସଂପର୍କରେ ଅଭିଯୋଗ ହୋଇ ଆସୁଥିଲା। ଶନିବାର ହଠାତ୍ ଖପ୍ରାଖୋଲ ସହକୃଷିଅଧିକାରୀ ସୁଜିତ ଭୋଇ ଏବଂ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଧିରଜ ପାତ୍ର ଟଙ୍କପାଣିସ୍ଥିତ ପଞ୍ଚମଙ୍କ ଦୋକାନ ଉପରେ ଚଢ଼ଉ କରିଥିଲେ। ସେଠାରେ ବେଆଇନ ଭାବେ ୫୦ କେଜି ଲେଖାଁଏ ଓଜନର ୬୬ ବସ୍ତା ସାର ମହଜୁଦ ଥିବା ଦେଖିବାକୁ ପାଇଥିଲେ। ଏଥିରେ ୟୁରିଆ ସାର ୩୬ ବସ୍ତା, ପଟାସ ସାର ୨୦ ବସ୍ତା ଏବଂ ଡିଏପି ସାର ୧୦ ବସ୍ତା ଥିବା ଜଣାପଡ଼ିଛି। ସଙ୍ଗେ ସଙ୍ଗେ ସାରକୁ ଜବତ କରି ଏକ ଟ୍ରାକ୍ଟର ଯୋଗେ ଲାଠୋର ପେକ୍ସକୁ ଆଣି ଜିମା ଦେଇ ସିଲ୍‌ କରିଥିଲେ।

ସହକୃଷି ଅଧିକାରୀ ଶ୍ରୀ ଭୋଇଙ୍କ କହିଛନ୍ତି ଯେ, ଏହି ସାରର ବିଲ୍‌ ମଗାଯାଇଛି। ସାତଦିନ ମଧ୍ୟରେ ଏହି ସାର କିଏ, କାହିଁକି ଏବଂ କେଉଁଠୁ ଆଣି ମହଜୁଦ ରଖିଥିଲେ ତାର ସମ୍ପୂର୍ଣ୍ଣ ପ୍ରମାଣ ନଦେଲେ ପଞ୍ଚମ ହଂସଙ୍କ ନାମରେ ଜିଲ୍ଲାପାଳଙ୍କ କୋର୍ଟରେ କେସ୍‌ କରାଯିବ ବୋଲି ସେ କହିଛନ୍ତି।

The post ବେଆଇନ ଗୋଦାମରେ କୃଷି ବିଭାଗର ଚଢ଼ଉ, ୬୬ ବସ୍ତା ସାର ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/2Tyfh0N