
ବାଲିଅନ୍ତା: ବାଳକାଟି ବଜାର ସ୍ଥିତ ୟୁକୋବ୍ୟାଙ୍କରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଗତ ସପ୍ତାହେ ହେବ ଜ୍ବରରେ ପୀଡ଼ିତ ଥିଲେ। ତେଣୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଆଣ୍ଟିଜେନ ପରୀକ୍ଷା କରାଇଥିଲେ। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ସେ ଗୃହ ସଂଗେରୋଧରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବ୍ୟାଙ୍କ ଓ ଏହାର ପରିସର ସାନିଟାଇଜ କରାଯାଇଛି। ବ୍ୟାଙ୍କକୁ ଲାଗି ରହିଥିବା ଦୋକାନ ତଥା ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ସାନିଟାଇଜ ହୋଇଛି। ଆସନ୍ତା ସୋମବାର ଦିନ ବ୍ୟାଙ୍କ ଖୋଲିବ ବୋଲି ଜଣେ କର୍ମଚାରୀ ସୂଚନା ପ୍ରଦାନ କରିଛନ୍ତି।
The post କର୍ମଚାରୀ ପଜିଟିଭ, ସାନିଟାଇଜ ହେଲା ୟୁକୋ ବ୍ୟାଙ୍କ first appeared on Sambad.from ଜିଲ୍ଲା | Sambad https://ift.tt/3BybVfn
0 Comments