
ରାୟଗଡ଼ା: କାଶୀପୁର ବ୍ଲକର ୨୪ଟି ପଞ୍ଚାୟତର ଚାଷୀଙ୍କୁ ଆମ୍ବ ଓ କାଜୁ ଚାରା ମିଳୁନଥିବାରୁ ଆଜି ଚାଷୀମାନେ ଉଦ୍ୟାନ କୃଷି ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବାରମ୍ବାର ନିବେଦନ ସତ୍ତ୍ବେ ବିଭାଗ ଚାରା ଦେଉନଥିବାରୁ ଚାଷୀମାନେ ଅଫିସ୍ ଘେରାଉ କରି ଧାରଣାରେ ବସିଥିଲେ। ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଏ ଦିଗରେ ପଦକ୍ଷେପ ନେବାକୁ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦେଶକ ପତିତପାବନ ସାମନ୍ତରାୟ ପ୍ରତିଶ୍ରୁତି ଦେବା ପରେ ଚାଷୀ ଧାରଣାରୁ ଓହରି ଯାଇଛନ୍ତି। ଚଳିତ ବର୍ଷ କାଶୀପୁର ବ୍ଲକର ୧୫୫ ହେକ୍ଟର ଜମିରେ ଚାରା ରୋପଣ ପାଇଁ ଉଦ୍ୟାନ ବିଭାଗ ଲକ୍ଷ୍ୟ ରଖିଛି। କିନ୍ତୁ ବ୍ଲକର ଚାଷୀ ୧୬୨୪ ହେକ୍ଟର ଜମିକୁ ଚାରା ଯୋଗାଇବା ପାଇଁ ଅଡ଼ି ବସିଛନ୍ତି।
ଏତେ ପରିମାଣର ଜମିରେ ଚାରା ରୋପଣ ପାଇଁ ବିଭାଗ ନିକଟରେ ଚାରା ନଥିବା ଏବଂ ସରକାରଙ୍କ ଅନୁମତି ମିଳିନଥିବାରୁ ବିଭାଗ ଚାରା ପ୍ରଦାନରେ ଅସହାୟ ପ୍ରକାଶ କରିଛି। କିନ୍ତୁ ଚାଷୀ ଚାରା ପ୍ରଦାନ ଲାଗି ପ୍ରତି ବର୍ଷ ଦାବି କରି ଆସୁଛନ୍ତି। ଗତ ବର୍ଷ ଚାରା ପ୍ରଦାନକୁ ନେଇ ଚାଷୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ହଟ୍ଟଗୋଳ କରିବା ସହ ଜିଲ୍ଲାପାଳ, ପିଡି ଡିଆରଡିଏ ଅଫିସ୍ ଘେରାଉ କରିଥିଲେ। ଚଳିତ ବର୍ଷ ମଧ୍ୟ ଚାରା ମିଳିବାରେ ବିଳମ୍ବ ହେଉଥିବାରୁ ସମାନ ସ୍ଥିତି ଉପୁଜିବାକୁ ଯାଉଛି। ଆଜି ଶତାଧିକ ଚାଷୀ ଧାରଣାରେ ବସିବା ସହ ତୁରନ୍ତ ଚାରା ପ୍ରଦାନ ପାଇଁ ଦାବି କରିଛନ୍ତି।
The post ମିଳୁନି ଚାରା, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଘେରିଲେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/3eROhkl
0 Comments