ବଣାଇଗଡ଼/କୋଇଡ଼ା : ଅନ୍ୟ ସମ୍ପ୍ରଦାୟରେ ବିବାହକୁ ବିରୋଧ କରିବାରୁ ଦୁଇ ଭାଇ ମିଶି ବଡ଼ଭାଇକୁ ପିଟି ପିଟି ହତ୍ୟା କରିବା ଘଟଣା କୋଇଡ଼ା ଥାନା ଅନ୍ତର୍ଗତ ବନ୍ଦଲ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ, ବନ୍ଦଲ ଗ୍ରାମର ସମା ମୁଣ୍ତା(୨୭) ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜନୈକା ଯୁବତୀଙ୍କୁ ଭଲ ପାଉଥିଲେ ଓ ତାଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ତେବେ ଏହାକୁ ସମାର ବଡ଼ଭାଇ ପାତ୍ରାସ ମୁଣ୍ତା (୩୦) ବିରୋଧ କରୁଥିଲେ। ଅନ୍ୟ ସମ୍ପ୍ରଦାୟର ଝିଅକୁ ବିବାହ ନ କରିବାକୁ ସାନଭାଇକୁ ମନାକରି ଆସୁଥିଲେ। ଏହାକୁ କେନ୍ଦ୍ରକରି ଘରେ ପ୍ରବଳ ପାଟିତୁଣ୍ତ ଆରମ୍ଭ ହୋଇଥିଲା। ଗତକାଲି ମଧ୍ୟ ସେଭଳି ପାଟିତୁଣ୍ଡ ହୋଇଥିଲା। ଏଥିରେ ସାନଭାଇ ସମା ଓ ତାର ଅନ୍ୟ ଜଣେ ସାନଭାଇ ବିଲକାନ ମୁଣ୍ତା (୨୦) ମିଶି ବଡ଼ଭାଇଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ରାତିସାରା ଶବ ଘର ଭିତରେ ପଡ଼ିରହିଥିଲା। ଆଜି ସକାଳେ ଖବର ପାଇ କୋଇଡ଼ା ଥାନା ଅଧିକାରୀ ଲୋକେଶ୍ବର ସାହୁ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

The post ଠେଙ୍ଗାରେ ପିଟିପିଟି ବଡ଼ଭାଇକୁ ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/2VxPCGj