ବେଗୁନିଆପଡ଼ା : ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ଶାଳିଆଡ୍ୟାମ୍ ସୀମାନ୍ତରେ ରବିବାର ରାତି ୮ଟାରେ ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ମାନେ ୧୦ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିତିରିଡ଼ି ଗ୍ରାମର କଲ୍ୟାଣ ଜେନା ଓ ପତ୍ନୀ ପୂଜା ବାଲୁଗାଁ ଯାଇ ବାଇକ୍‌ରେ ବାଣପୁର ଦେଇ ଗାଁକୁ ଫେରୁଥିଲେ। ଏହି ସମୟରେ ଡ୍ୟାମ୍ ସଂଲଗ୍ନ ମା’ଡୋମଣି ପୀଠ ନିକଟ ରାସ୍ତାରେ ଏକ ସ୍କୁଟିରେ ୩ଜଣ ଦୁର୍ବୃତ୍ତ ଆସି କଲ୍ୟାଣଙ୍କ ବେକରେ ଛୁରୀ ରଖିଥିଲେ। ଆଉ ପୂଜାଙ୍କ ବେକରୁ ୧୦ ଭରି ଓଜନର ସୁନା ଅଳଙ୍କାର ଲୁଟି ଚମ୍ପଟ୍ ମାରିଥିଲେ। ପୂଜାଙ୍କୁ ଚିକିତ୍ସା ପାଇଁ ସୁମଣ୍ଡଳ ମେଡିକାଲକୁ ନିଆଯାଇଥିଲା।

The post ଦମ୍ପତିଙ୍କୁ ଆକ୍ରମଣ କରି ୧୦ ଭରି ସୁନା ଲୁଟ୍ first appeared on Sambad.

from ଜିଲ୍ଲା | Sambad https://ift.tt/3yS4PAt