
ଲଛିପୁର/ଡୁଙ୍ଗୁରିପାଲି : ସୋନପୁର ସଦର ବ୍ଲକ୍ ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅଧୀନସ୍ଥ ମେଟାକାନୀ ଛକ ନିକଟରେ ପୁଲିସ୍ ଶନିବାର ଚୋରା ଚାଲାଣ ହେଉଥିବା ୧୩ କେଜି ୯୦୦ ଗ୍ରାମ୍ ଗଞ୍ଜେଇ ଓ ଏକ ବାଇକ୍ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବଡ଼ ଦେହେରିପାଲି ଗ୍ରାମର ଶମ୍ଭୁ ନାଏକଙ୍କ ପୁଅ ରାଜୁ ନାଏକ (୨୩) ଓ ସାନ ଦେହେରିପାଲି ଗ୍ରାମର ଖାଡ଼ିଆ ନାଏକଙ୍କ ପୁଅ ରାଜକିଶୋର ନାଏକ (୨୩)।
ଉଭୟେ ଏକ ବାଇକ୍ରେ ଗଞ୍ଜେଇ ନେଇ ଲଛିପୁର ରାସ୍ତା ଦେଇ ଯାଉଥିଲେ। ମେଟାକାନୀ ଛକ ନିକଟରେ ଫାଣ୍ଡି ଅଧିକାରୀ ସରୋଜ ପାଣିଗ୍ରାହୀ ସଦଳବଳେ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲେ। ଏ ନେଇ ଡୁଙ୍ଗୁରିପାଲି ଥାନା କେସ୍ ନଂ. ୧୫୦/୨୧ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ ସୋନପୁର କୋର୍ଟକୁ ଚାଲାଣ କରାଯାଇଛି। ଏସ୍ଆଇ ଯଯାତି କେଶରୀ ସାହୁ ଏହାର ତଦନ୍ତ କରୁଛନ୍ତି। ଚଢ଼ଉରେ କନେଷ୍ଟବଳ ସଂକୀର୍ତ୍ତନ ଭୋଇ, ହୋମ୍ଗାର୍ଡ ସନ୍ତୋଷ ପ୍ରଧାନ ଓ ଘନଶ୍ୟାମ ମହାଲିଙ୍ଗ ସାମିଲ ଥିଲେ।
The post ୧୪ କେଜି ଗଞ୍ଜେଇ ଜବତ, ୨ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3htqAAu
0 Comments