ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିକରପଡ଼ା ଗାଁର ବୁଲୁ ଧରୁଆ (୪୫ବର୍ଷ) ଅନ୍ୟ ଜାତିରେ ଉତ୍ତରାବତୀ କଲେଟଙ୍କୁ ବିବାହ କରି ବେଲଗାଁ ଗାଁରେ ରହୁଥିଲେ। ଶରୀର ଅସୁସ୍ଥତା ଯୋଗୁଁ ତାଙ୍କ ସ୍ତ୍ରୀ ଉତ୍ତରାବତୀ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଯାଇଥିଲା। ସେ ସମ୍ପର୍କୀୟମାନଙ୍କୁ ଯୋଗାଯୋଗ କରିଥିଲେ ହେଁ ଅନ୍ୟ ଜାତି ଯୋଗୁଁ କେହି ଆସି ନଥିଲେ। ପରେ ନିରୁପାୟ ହୋଇ ସେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ଯୋଗାଯୋଗ କରଥିଲେ। ଖବର ପାଇ ଅନୁଷ୍ଠାନର କର୍ମକର୍ତା ଡାକ୍ତରଖାନାରେ ପହଂଚି ବିଭୂତିପଡ଼ା ଶ୍ମଶାନକୁ ନେଇଥିଲେ। ପରେ ସସମ୍ମାନେ ଶବସତ୍କାର କରିଥିଲେ। ଉତ୍ତରାବତୀଙ୍କୁ ମଧ୍ୟ ଏକ ଗାଡ଼ି କରି ଘରକୁ ଯିବାର ବ୍ୟବସ୍ଥା କରିଥିଲେ। ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକ ପଟେଲ, ସମ୍ପାଦକ ବ୍ରଜଗୋପାଳ ସିଂହ, ବାପିନା ମହାରଣା, ସିଦ୍ଧାନ୍ତ ସୁନା, ସଂଯୋଗ ପଧାନ, ବୁଦ୍ଧଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ।

The post ଅସହାୟଙ୍କ ଶବସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ first appeared on Sambad.

from ଜିଲ୍ଲା | Sambad https://ift.tt/3e1zuD5