
ରୁପ୍ରା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ଜଣ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ହେଉଥିଲା। ଭବାନୀପାଟଣା ରକ୍ତଭଣ୍ଡାରରେ ଏମାନଙ୍କ ଗ୍ରୁପର୍ ରକ୍ତ ମହଜୁଦ୍ ନଥିଲା। ଏହି ଖବର ପାଇବା ପରେ ସ୍ୱର୍ଗଦ୍ୱାର ସେବା ସଙ୍ଗଠନ ପ୍ରମୁଖ ତଥା ଯୁବ ସମାଜସେବୀ ମନୋଜ ପଟ୍ଟନାୟକ ୫ଜଣଙ୍କ ପାଇଁ ରକ୍ତ ଯୋଗାଡ଼ କରିଥିଲେ। ନିଜ ବ୍ୟକ୍ତିଗତ ଗାଡ଼ିରେ ରକ୍ତଦାତାଙ୍କୁ ଭବାନୀପାଟଣା ରକ୍ତ ଭଣ୍ଡାରକୁ ନେଇ ରକ୍ତଦାନ କରାଇଥିଲେ। ସମାଜସେବୀ ଶ୍ରୀ ପଟ୍ଟନାୟକଙ୍କ ଜନସମ୍ପର୍କ ଓ ସମାଜସେବା ଦ୍ବାରା ଏହି ରକ୍ତ ସଂଗ୍ରହ ହୋଇପାରିଛି ବୋଲି ମତ ପ୍ରକାଶ ପାଇଛି।

ଭବାନୀପାଟଣା କୁସୁମଦୋରୋର ତନୟା ସାହୁଙ୍କୁ ରକ୍ତଦାନ କରିଛନ୍ତି ନର୍ଲା ବ୍ଲକ୍ ସରିଆଁର ଗୋଲକ ଭୋଇ, କେସିଙ୍ଗା ବାବେଜୋର ଗାଁର ଭଗବାନ ଜାନୀଙ୍କୁ ରକ୍ତଦାନ କରିଛନ୍ତି ନର୍ଲା ବ୍ଲକ୍ ଖାଇଚୁଆଁର ମଣ୍ଟୁ ମାଝୀ, ବିଶ୍ବନାଥପୁର ମଧୁପୁରର ଅମ୍ବିକା ହରିଜନଙ୍କୁ ରକ୍ତଦାନ କରିଛନ୍ତି ନର୍ଲା ବ୍ଲକ୍ ଖାଇଚୁଆଁର କୃଷ୍ଣଚନ୍ଦ୍ର ମାଝୀ, କେସିଙ୍ଗା କଶ୍ରୁପଡ଼ାର ମଞ୍ଜୁଲତା ମାହାରଙ୍କୁ ରକ୍ତଦାନ କରିଛନ୍ତି ନର୍ଲା ବ୍ଲକ୍ ସରିଆଁର ଜିତେନ୍ଦ୍ର ବାଗ୍, କେସିଙ୍ଗା ତୁଣ୍ଡଲାର ଚେତନା ପ୍ରଧାନଙ୍କୁ ରକ୍ତଦାନ କରିଛନ୍ତି ବିଶ୍ବନାଥପୁର ମଧୁପୁରର ପବିତ୍ର ହରିଜନ। ରକ୍ତ ଯୋଗାଡ଼ କାମରେ ସହଯୋଗ କରିଥିଲେ ଯୁବ ସ୍ବେଚ୍ଛାସେବୀ ମିଲନ ଭୋଇ। ସମାଜସେବୀଙ୍କ ଏହି ଜନକଲ୍ୟାଣକାରୀ କାର୍ଯ୍ୟକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି।
The post ୫ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କଲେ ସମାଜସେବୀ first appeared on Sambad.from ଜିଲ୍ଲା | Sambad https://ift.tt/3knjKOV
0 Comments