
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଭାଲୁ ଆତଙ୍କ ଥମୁନାହିଁ। ବୁଧବାର ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଭାଲୁଟି ୧୭ ଘଣ୍ଟା କାଳ ରହିବା ପରେ ରାତିରେ ବାହାରି ଜଙ୍ଗଲକୁ ପଳାଇଥିଲା। ଗୁରୁବାର ରାତି ପ୍ରାୟ ୧୧ଟାରେ ପୁଣି ଜିଲ୍ଲାପାଳଙ୍କ ବାସଭବନକୁ ପଶିଥିବା ରେଞ୍ଜର ସୂଚନା ଦେଇଛନ୍ତି।
ଭାଲୁଟି ଗୁରୁବାର ରାତି ସାଢ଼େ ୯ଟାରେ ପ୍ରଥମେ ଜିଲ୍ଲା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରକୁ ପଶିଥିଲା। ଉକ୍ତ ଅଫିସରେ କିଛି ସମୟ ରହିବା ପରେ ଭାଲୁଟି ୩୫୩ ନଂ ଜାତୀୟ ରାଜପଥ ଦେଇ ଦୀପକ ହୋଟେଲ ନିକଟ ଏକ ଗଛ ପାଖରେ ରହିଥିଲା। ସେଠାରୁ ଜିଲ୍ଲାପାଳଙ୍କ ବାସଭବନକୁ ପାଚେରି ଡେଇଁ ପଶିଥିବା ଜଣାପଡ଼ିଛି। ନୂଆପଡ଼ା ବନ ବିଭାଗ ଭାଲୁ ଥିବା ସ୍ଥାନରେ ପହଞ୍ଚି ନଜର ରଖିଛି। ଭାଲୁକୁ ତୁରନ୍ତ ଯନ୍ତାରେ ପକାଇ ଜଙ୍ଗଲରେ ଛାଡ଼ିବାକୁ ସଦରବାସୀ ଦାବି କରିଛନ୍ତି।
The post ପୁଣି ଜିଲ୍ଲାପାଳଙ୍କ ଘରକୁ ପଶିଲା ଭାଲୁ first appeared on Sambad.from ଜିଲ୍ଲା | Sambad https://ift.tt/3yZIqRC
0 Comments