
ରାଇରଙ୍ଗପୁର : ରାଇରଙ୍ଗପୁର ଟାଉନ ଥାନା ଖଡ଼ଖାଇ ନଦୀ କୂଳରୁ ଅଚିହ୍ନା ବୃଦ୍ଧଙ୍କ ଶବ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଆଜି ସନ୍ଧ୍ୟା ସମୟରେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।
ବୃଦ୍ଧଙ୍କୁ କିଛି ଲୋକେ ପାଗଳ କହୁଥିବା ବେଳେ କିଛି ଲୋକ ନଦୀରେ ମାଛ ଧରୁଥିବା କେଉଟ କହୁଛନ୍ତି। ବୃଦ୍ଧଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ଥିବାରୁ ତାଙ୍କୁ କେହି ହତ୍ୟା କରି ରେଳଧରଣା ପାର୍ଶ୍ଵ ଖଡ଼ଖାଇ ପୋଲ ନିକଟରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଇଛି। ଆଇଆଇସି ରେଣୁବାଳା ସାହୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି।
The post ଖଡ଼ଖାଇ ନଦୀ କୂଳରୁ ଅଚିହ୍ନା ଶବ ଉଦ୍ଧାର, ହତ୍ୟା ସନ୍ଦେହ first appeared on Sambad.from ଜିଲ୍ଲା | Sambad https://ift.tt/3rM3UPv
0 Comments