
ଟିଟିଲାଗଡ଼ : ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ମିଳିବାରୁ ମାନସିକ ଭାରସାମ୍ୟ ହରାଇ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଟିକ୍ରାପଡ଼ା ଗାଁର ଦୁଶିଳା ବିଭାର ନାମ୍ନୀ ଜଣେ ଛାତ୍ରୀ ସୋମବାର ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଟିକ୍ରାପଡ଼ା ଗାଁର ଜଗଦୀଶ ବିଭାରଙ୍କ ଝିଅ ଦୁଶିଳା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୨୫୮ ନମ୍ବର ରଖିଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବା ଦିନଠାରୁ ତାଙ୍କ ମାନସିକ ସ୍ଥିତି ଠିକ ନଥିଲା। ସୋମବାର ସକାଳେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଶିଳାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ଆଣିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ମାଟ୍ରିକରେ କମ୍ ନମ୍ବର ମିଳିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3hjNLx8
0 Comments