
ରାଉରକେଲା : ଗତକାଲି ବାସନ୍ତୀ କଲୋନି ଜଣେ ବ୍ୟବସାୟୀଙ୍କ ଘରେ ତାଲା ଭାଙ୍ଗି ଚୋରମାନେ କଳାକନା ବୁଲାଇଛନ୍ତି। ନଗଦ ୪୫ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କା ସୁନାଗହଣା ଲୁଟି ନେଇଛନ୍ତି। ବ୍ୟବସାୟୀ ଆଜି ଏ ସଂକ୍ରାନ୍ତରେ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଛନ୍ତି।ବ୍ୟବସାୟୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।
ବାସନ୍ତୀ କଲୋନି ଏଫ୍ଏଲ୍ -୧୭୧ରେ ବ୍ୟବସାୟୀ ସୁମିତ ଶର୍ମା ପରିବାର ସହ ରହନ୍ତି। ଗତ ଜୁନ୍ ୨୯ରେ ପରିବାର ସହ ନିଜ ଗାଁ ବିହାରକୁ ଯାଇଥିଲେ। ଘରେ କାମ ସାରିବା ପରେ ପରିବାର ସହ ଆଜି ରାଉରକେଲାରେ ପହଞ୍ଚିଥିଲେ। ଘରର ତାଲା ଭଙ୍ଗାଯିବା ସହ ଜିନିଷପତ୍ର ଏଣେତେଣେ ପଡିଥିବା ସନ୍ଦେହ ହୋଇଥିଲା। ଆଲମିରାରୁ ନଗଦ ୪୫ ହଜାର ଓ ଲକ୍ଷାଧିକ ଟଙ୍କା ସୁନାଗହଣା ନଥିବା ଦେଖିବା ପରେ ଉଦିତନଗର ଥାନାକୁ ସୂଚନା ଦେଇଥିଲେ।
The post ଘରୁ ଲକ୍ଷାଧିକ ଟଙ୍କା ସୁନାଗହଣା ଚୋରି first appeared on Sambad.from ଜିଲ୍ଲା | Sambad https://ift.tt/3hgLbba
0 Comments