
ବାରିପଦା: କମୁଛି ଦୈନିକ ସଂକ୍ରମଣ। ଶହେ ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମାତ୍ର ଏବେବି ମୟୂରଭଞ୍ଜରେ ହଜାରେ ଉପରେ ରହିଛି ସକ୍ରିୟ ସଂଖ୍ୟା। ସେହିପରି ମୃତ୍ୟୁରେ ମଧ୍ୟ ବିରାମ ଲାଗୁନି। ଚଳିତ ମାସର ୧୬ ଦିନରେ କେବଳ ଜିଲ୍ଲାରୁ ୪୪ଜଣଙ୍କର ମୁଣ୍ଡ ନେଲାଣି ମହାମାରୀ କରୋନା। ଯାହାକି ଚିନ୍ତାର କାରଣ ପାଲଟିଛି। ଆଜି ଜିଲ୍ଲାରୁ ୮୧ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଣେ ୭୦ ବର୍ଷ ବୃଦ୍ଧ ପ୍ରାଣ ହରାଇଥିବା ଜଣାପଡ଼ିଛି। ଆଜିକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୦.୪୬ ପ୍ରତିଶତ ହାରରେ ୧୭୨ରେ ପହଞ୍ଚିଛି। ଏଥି ସହିତ ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭, ୬୨୪ରେ ପହଞ୍ଚିଛି। ଏଥିସହିତ ଜୁଲାଇ ୧୫ ପର୍ଯ୍ୟନ୍ତ ଜିଲ୍ଲାରୁ ୯୭.୦୬ ପ୍ରତିଶତ ହାରରେ ୩୬, ୪୩୯ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୨.୬୮ ପ୍ରତିଶତ ହାରରେ ୧,୦୧୦ ଜଣ ସକ୍ରିୟ ଅଛନ୍ତି। ଚଳିତ ମାସର ୧୬ ଦିନରେ ଜିଲ୍ଲାରୁ ୨,୦୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଦିନରେ ୨,୫୧୮ ଜଣ ସୁସ୍ଥ ହୋଇଛନ୍ତି। ଗତ ୧୫ ଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମିତଙ୍କ ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଯାହାକି ଜିଲ୍ଲାପାଇଁ ଆଶ୍ବସ୍ତିର କାରଣ ପାଲଟିଛି।
The post ୧୬ ଦିନରେ ୪୪ ମୁଣ୍ଡ ନେଲାଣି କରୋନା; ଶହେ ତଳେ ସଂକ୍ରମିତଙ୍କ ସଂଖ୍ୟା, ହଜାରେ ଉପରେ ସକ୍ରିୟ first appeared on Sambad.from ଜିଲ୍ଲା | Sambad https://ift.tt/3ksBCIk
0 Comments