ଭବାନୀପାଟଣା : କେନ୍ଦ୍ର ସରକାର ନିଟ୍‌ ପରୀକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପ୍ରଦାନ କରୁନଥିବାରୁ ଏହାର ପ୍ରତିବାଦରେ ସୋମବାର ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କଳାହାଣ୍ଡି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ବିରୋଧ କରି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଶାଖା ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବଙ୍କ ନେତୃତ୍ୱରେ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ ଅଧ୍ୟକ୍ଷତାରେ ଧାରଣା ଦିଆଯାଇଥିଲା।

ଏଥିରେ ମୁଖ୍ୟବକ୍ତା ଆର୍‌ଏମ୍‌ବିକେଏସ୍‌ ରାଜ୍ୟ ଉପସଭାପତି ତୁଳମଣି ନାଗ, ବହୁଜନ କ୍ରାନ୍ତିମୋର୍ଚ୍ଚା ଜିଲ୍ଲା ସଂଯୋଜକ ଆଇନଜୀବୀ ରିଷି ସୂଦନ ଛତ୍ରପାଲ, ରାଷ୍ଟ୍ରୀୟ ମୁସଲିମ୍‌ ମୋର୍ଚ୍ଚା ରାଜ୍ୟ ସଭାପତି ମେହେବୁବ୍ ରାଜା ଓ କଲିମ ମୁଲ୍ଲାଖାନ୍, ଆଦିବାସୀ ଏକତା ପରିଷଦର ସନ୍ତୋଷ ନାଏକ, ରାଜ କିଶୋର ଦଳପତି, ଭାରତ ମୁକ୍ତି ମୋର୍ଚ୍ଚାର ସଞ୍ଜୟ ଶବର, ଯୁବ ସମାଜସେବୀ ସୁଧୀର ଗୋପାଳ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

The post ନିଟ୍‌ରେ ଓବିସିଙ୍କୁ ସଂରକ୍ଷଣ ଦାବିରେ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3y6oPzj