
ବଲାଙ୍ଗୀର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନ କ୍ଷେତ୍ରରେ ରାଜ୍ୟ ସରକାର କରିଥିବା ପକ୍ଷପାତିତା ଓ କୋଶଲାଂଚଳକୁ କରାଯାଇଥିବା ଉପେକ୍ଷା ପ୍ରତିବାଦରେ ଗତ ୨୩ ତାରିଖରୁ କୋଶଲ ଯୁବ ସମନ୍ୱୟ ସମିତି (କେୱାଇସିସି) ତରଫରୁ କୋଶଲ ସ୍ୱାଭିମାନ ଯାତ୍ରା ଚାଲିଛି। ସୋମବାର ପଦଯାତ୍ରା ଆସି ବଲାଙ୍ଗୀରଠାରେ ପହଞ୍ଚିବା ପରେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଆହ୍ୱାନକ୍ରମେ ବିଭିନ୍ନ ସାମାଜିକ/ସାଂସ୍କୃତିକ ସଂଗଠନ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ। ପଦଯାତ୍ରୀମାନଙ୍କୁ ସହରର ପ୍ରାରମ୍ଭ ବିଜାଖମନଠାରେ ପାର୍ଶ୍ୱବର୍ତ୍ତୀ ଗାଁମାନଙ୍କର ଅଧିବାସୀମାନେ ସ୍ୱାଗତ ଜଣାଇଥିଲେ। ପେଲେସ ଲାଇନ ଦୁର୍ଗାମଣ୍ଡପ ଠାରେ କୋଶଲ ଯୁବ ସମନ୍ୱୟ ସମିତି, ୟୁଥ୍ ଏକ୍ସନ କମିଟି ଓ ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର ଯୁବ କାର୍ଯ୍ୟକର୍ତ୍ତାମାନେ ପଦଯାତ୍ରୀମାନଙ୍କୁ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ। ଶୋଭାଯାତ୍ରା କଚେରି ଛକରେ ପହଞ୍ଚିଲା ପରେ ସେଠାରେ କୋଶଲ ରାଜ୍ୟ ସମନ୍ୱୟ ସମିତି, ବଲାଙ୍ଗୀର ନାଗରିକ କମିଟି, ବଲାଙ୍ଗୀର ଏକ୍ସନ କମିଟି, ବରିଷ୍ଠ ନାଗରିକ ସଂଘ, କୋଶଲ ପାଇଁ ବରିଷ୍ଠ ନାଗରିକ ସଂଘ, ଜିଲ୍ଲା ଆଦିବାସୀ କଲ୍ୟାଣ ସମିତି, ପଶ୍ଚିମ ଓଡ଼ିଶା ମଂଚ, କୋଶଲି ସାଂସ୍କୃତିକ ସଂଘ, କୋଶଲ ଶିକ୍ଷାବିତ୍ ଫୋରମ ସମେତ ବହୁ ସଂଗଠନର କର୍ମକର୍ତ୍ତା ପଦଯାତ୍ରୀମାନଙ୍କୁ ଫୁଲମାଲ ଦେଇ ସ୍ୱାଗତ କରିଥିଲେ। କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଂବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ମନୋରଂଜନ ସାହୁ, ସମାଜସେବୀ ବିକ୍ରମାନନ୍ଦ ବହିଦାର, ପ୍ରଭାକର ମିଶ୍ର, କପିଳେଶ୍ୱର ଖମାରୀ, ପୁଲିନ ମିଶ୍ର, ବିଭୂତି ବିନ୍ଧାଣି, ରବି ମିଶ୍ର, ପ୍ରମୋଦ ବାଗ, ଶରତ ହୋତା, ଦୀନେଶ ନାଗ, ଗୋପଭୂଷଣ ନାଥ, ବସନ୍ତ ଆଚାର୍ଯ୍ୟ, ମନୋରଂଜନ ମିଶ୍ର, ନରେଶ ଦାସ, ନିମାଇଁ ପାଣିଗ୍ରାହୀ, ଗୋବିନ୍ଦ ମିଶ୍ର, ଡୋଳାମଣି ପ୍ରଧାନ, ବିନୋଦ କାଲସାଏ, ରିଲୁ ରଥ, ଜ୍ୟୋତି ମହାନ୍ତି, ବନଲତା ମାଝୀ, ଚନ୍ଦ୍ରକାନ୍ତି ସେଠ ସାମିଲ ଥିଲେ। ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କଲା ପରେ ସ୍ଥାନୀୟ ଯାଦବ ଭବନଠାରେ ସଭା ଅନୁଷ୍ଠିତ ହୋଇ ପଦଯାତ୍ରୀମାନଙ୍କୁ ସଂଗଠନର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସଂବୋଧନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯୁଗଳ କିଶୋର ମେହେର, ରଂଜନ ଖୁଆସ, ବିଶ୍ୱଜିତ ପ୍ରଧାନ, ଶୁଭମ୍ ପ୍ରଧାନ ଓ ଧର୍ମରାଜ ମେହେଙ୍କ ନେତୃତ୍ୱରେ ୨୦ଜଣ ପଦଯାତ୍ରୀ ଏହି ପଦଯାତ୍ରାରେ ସାମିଲ ଅଛନ୍ତି।
The post କୋଶଲ ସ୍ୱାଭିମାନ ପଦଯାତ୍ରାକୁ ବଲାଙ୍ଗୀରରେ ସ୍ୱାଗତ, ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ first appeared on Sambad.from ଜିଲ୍ଲା | Sambad https://ift.tt/3f0RUoh
0 Comments