
ଯାଜପୁରସଦର : ରାଜଧାନୀ ଭଳି ଯାଜପୁରରେ ବି ଅନ୍ଲାଇନ୍ରେ ଅଶ୍ଳୀଳ ଫଟୋ ଦେଖାଇ ବ୍ଲାକ୍ ମେଲିଂ କରୁଥିବା ଘଟଣା ସାମନାକୁ ଆସିଛି। ଧନୀଯୁବକକୁ କେତେକ ଯୁବତୀ ଫସାଇ ରୋଜଗାର କରିବାକୁ ହୀନ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରୁ ମୁକ୍ତି ପାଇବାକୁ ପୁଅ ପକ୍ଷ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଯାଜପୁର ଟାଉନ ଥାନା ତଥା ପୌରାଞ୍ଚଳର ଜଣେ ଦଶମ ଶ୍ରେଣୀର ଝିଅଙ୍କ ସହ ସହରର ଜଣେ ଯୁବକଙ୍କ ଫେସ୍ ବୁକରେ ବନ୍ଧୁତା ହୋଇଥିଲା। ୩/୪ ମାସ ହେବ ଉଭୟ ଫେସ୍ ବୁକ୍, ହ୍ବାଟ୍ସ ଆପ୍ରେ ଚାଟିଂ ଓ କଥା ହେଉଥିଲେ। ଏହା ଭିତରେ ଯୁବତୀଙ୍କ ବଡ଼ଭଉଣୀ ସଂପୃକ୍ତ ଯୁବକଙ୍କୁ ଫସାଇବାକୁ ଉଦ୍ୟମ କରିଥିଲେ। ସଂପୃକ୍ତ ଯୁବକ ସହ କଥା ହେବା ସହ ଭିଡିଓ କଲରେ ନଗ୍ନ ଶରୀର ଦେଖାଇ ଅର୍ଥ ଦାବି କରିଥିଲେ। ଏଥିରେ ଅତିଷ୍ଠ ହୋଇ ପୁଅର ପରିବାର ଥାନାରେ ନ୍ୟାୟ ଭିକ୍ଷା କରିଛନ୍ତି। ପୁଲିସ ଉଭୟ ପରିବାର ସହ ଆଲେଚନା କରି ପୁଅଝିଅଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ଚେତାବନୀ ଦେଇଛାଡ଼ି ଦେଇଛନ୍ତି।
The post ଅଶ୍ଳୀଳ ଫଟୋ ଦେଖାଇ ଯୁବତୀଙ୍କ ବ୍ଲକ୍ ମେଲିଂ, ମାମଲା ଥାନାରେ first appeared on Sambad.from ଜିଲ୍ଲା | Sambad https://ift.tt/377F2bC
0 Comments