
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ ପାଦଦେଶରେ ଥିବା ୧୦ରୁ ଅଧିକ ଆଦିମ ଜନଜାତି ଝିଅଙ୍କ ବିଦ୍ୟାଳୟରେ ନାମଲେଖା ହୋଇଛି। ବ୍ଲକ୍ ପ୍ରଶାସନ ଏବଂ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ମିଳିତ ଉଦ୍ୟମରେ ବାଣିପଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏମାନଙ୍କ ନାମ ଲେଖାଯାଇଛି।
ପୂର୍ବରୁ ଏହି ଝିଅମାନେ ସ୍କୁଲ୍ ନଯାଇ ନିଜନିଜ ଘରେ ରହୁଥିଲେ। ଏହାକୁ ଦୃଷ୍ଟିରେ ରଖି ଗତ ବୁଧବାର ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ର, କେକଡିଏ ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ, ଶିକ୍ଷକ ଜଳନ୍ଦର ମାଝୀ, ହରି ମାଝୀ, ପଦ୍ମ ମାଝୀ, ଗୁଣଧର ଶବର ବିଜୟ ଭୋଇ ନିୟମଗିରି ପାହାଡ଼ ପାଦଦେଶକୁ ଯାଇଥିଲେ। ସେଠାରୁ ଖେମୁଣ୍ଡିପଦର ଓ ପୁଲଡୁମେର ଗାଁକୁ ଯାଇ ଜନଜାତି ଝିଅମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ। ବହୁ ବୁଝାଇବା ପରେ ଅଭିଭାବକମାନେ ଝିଅମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜି ହୋଇଥିଲେ।
ଗୁରୁବାର ବାଣିପଙ୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଗାଁକୁ ଯାଇ ଝିଅମାନଙ୍କ ନାମ ଲେଖାଇଥିଲେ। ସ୍କୁଲ୍ ଖୋଲିଲେ ଏମାନେ ହଷ୍ଟେଲ୍ରେ ରହି ପାଠ ପଢ଼ିବେ। ଏହି ପରିପ୍ରେକ୍ଷୀରେ ଗୁରୁବାର ତ୍ରିଲୋଚନପୁର ପଞ୍ଚାୟତ କାର୍ଯ୍ୟାଳୟରେ କଳାହାଣ୍ଡି ପିଡି ଡିଆର୍ଡିଏ ଆଇଏଏସ୍ ସୋମେଶ ଉପାଧ୍ୟାୟ, ବିଡିଓ ଶ୍ରୀ ମିଶ୍ର, କେକେଡିଏ ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରଧାନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତରେ ନାମ ଲେଖାଇଥିବା ଝିଅଙ୍କୁ ଡାକି କେକ୍ କାଟି ଉତ୍ସାହିତ କରାଯାଇଥିଲା।
The post ଜନଜାତି ଝିଅମାନଙ୍କୁ ସ୍କୁଲ୍ରେ ନାମ ଲେଖାଇଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/3dXzB2I
0 Comments