
ସଇନ୍ତଳା : ଗୋଳାବାରୁଦ କାରଖାନାଗୁଡ଼ିକର ନିଗମୀକରଣକୁ ବିରୋଧ କରି ଦେଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ‘ଆବଶ୍ୟକ ରକ୍ଷା ସେବା’ ଅଧ୍ୟାଦେଶ ଜାରି କରିଛନ୍ତି। ଏହି ଅଧ୍ୟାଦେଶକୁ ବିରୋଧ କରି ଗୁରୁବାର ବଡ଼ମାଳ ଗୋଳାବାରୁଦ କାରଖାନାର ଶ୍ରମିକ ସଂଗଠନ ତରଫରୁ କଳା ଦିବସ ପାଳନ କରାଯାଇଛି। କାରଖାନାର ମଜଦୁର ୟୁନିୟନ, ୱାର୍କର୍ସ ୟୁନିୟନ, କର୍ମଚାରୀ ୟୁନିୟନ ଓ ଡ. ଆମ୍ବେଦକର ୟୁନିୟନ ତରଫରୁ ଗୁରୁବାର ସକାଳୁ ଓ ସନ୍ଧ୍ୟାରେ କାରଖାନାର ଦୁଇନମ୍ବର ଗେଟ ସମ୍ମୁଖରେ କଳାବ୍ୟାଜ୍ ପରିଧାନ ଓ କଳାପତାକା ପ୍ରଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମଜଦୁର ୟୁନିୟନର ସଭାପତି ପଂଚୁ ପଟେଲ, ସଂପାଦକ ସତ୍ୟପ୍ରେମ ମାଝୀ, ଜୟ ସିଂ ନାୟକ, ରାଜଦୀପ ସରାଫ, ଅନୁପ ସାଏ, ରାଜକିଶୋର ସାହୁ, ବଂଶୀଧର ଭୋଇ, ୱାର୍କର୍ସ ୟୁନିୟନର ସଭାପତି ଭରତ ମାଝୀ, ସଂପାଦକ ହରିହର ସିଂହ, ଅରୁଣ ପଟେଲ, ମହାସଂଘର ସହ ସଂପାଦକ ରବିନ୍ଦ୍ର ମିଶ୍ର, ନରେନ୍ଦ୍ର ପଧାନ, ସଂଜୀବ ବଗର୍ତିଙ୍କ ସମେତ ବହୁ କର୍ମଚାରୀ ଯୋଗଦେଇଥିଲେ। ଏହି ଅବସରରେ ଉକ୍ତ ଅଧ୍ୟାଦେଶକୁ ଫେରାଇ ନେବା ସକାଶେ କେନ୍ଦ୍ର ସରକାରଙ୍କଠାରେ ଚାପ ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କୁ ଲିଖିତ ଭାବରେ ଦାବି ଜଣାଇଛନ୍ତି।
The post ‘ଆବଶ୍ୟକ ରକ୍ଷା ସେବା’ ଅଧ୍ୟାଦେଶକୁ ବିରୋଧ, ଗୋଳାବାରୁଦ କାରଖାନାର ଶ୍ରମିକ ସଂଗଠନ ପକ୍ଷରୁ କଳା ଦିବସ first appeared on Sambad.from ଜିଲ୍ଲା | Sambad https://ift.tt/2Ux74dB
0 Comments