ପାଟଣାଗଡ଼/ଲରମ୍ଭା : ପାଟଣାଗଡ଼ ଥାନା କେନ୍ଦୁମୁଣ୍ତି ପଞ୍ଚାୟତ ବିନ୍ଧନପଦର ଛକରେ ହୋଇଥିବା ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲ୍‌ ଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟିଟିଲାଗଡ଼ ଥାନା ମିନାପାଲି ଗାଁର ସଂଜୟ ସୁନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ କୋର୍ଟରେ ତା’ର ଜାମିନ ନାମଞ୍ଜୁର ହୋଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୫ ତାରିଖ ଦିନ ବରଗଡ଼ ଜିଲ୍ଲା ପାଇକମାଲର ବିପ୍ଲବ ତାଣ୍ତି ବେଲପଡ଼ାରୁ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ବିନ୍ଧନପଦର ଛକରେ ପରିସ୍ରା ପାଇଁ ଅଟକିଥିଲେ। ସେତେବେଳେ ଟିଟିଲଗଡ଼ ମିନାପାଲିର ସଂଜୟ ସୁନା ଓ ମକୁନ୍ଦ ବାଗ୍ ତାଙ୍କଠାରୁ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ। ଏନେଇ ବିପ୍ଲବ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ପୂର୍ବରୁ ମକୁନ୍ଦକୁ ଗିରଫ କରି ତା ପାଖରୁ ଲୁଟ୍‌ ବାଇକ୍‌ ଉଦ୍ଧାର କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଥାନା ଅଧିକାରୀ ଅନନ୍ତ ପଧାନଙ୍କ ନେତୃତ୍ବରେ ଏକ ଟିମ୍ ସଂଜୟର ଘରେ ପହଞ୍ଚି ତାକୁ କାବୁ କରିଥିବା ସୂଚନା ଦିଆଯାଇଛି।

The post ବିନ୍ଧନପଦର ଛକରୁ ଲୁଟ୍‌ ଘଟଣା, ମୁଖ୍ୟ ଅଭିଯୁକ୍ତ ଜେଲ୍‌ ଗଲା first appeared on Sambad.

from ଜିଲ୍ଲା | Sambad https://ift.tt/36Y7lZT