
ଚାନ୍ଦବାଲି: କରୋନା କାଳରେ ପେଟ୍ରୋଲ ଦର ୧୦୫ ଟଙ୍କାକୁ ଡିଜେଲ ୧୦୦ ଟଙ୍କାରେ ପହଂଚିଛି ।। ସେହିଭଳି ଗ୍ୟାସ୍ ଦର ପାଖାପାଖି ୯୦୦ ଟଙ୍କା ହୋଇଥିବା ବେଳେ ଖାଇବା ତେଲ ଦର ୧୮୦ ଟଙ୍କାରେ ପହଂଚିଛି । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଜନସାଧାରଣାଙ୍କୁ ସୁଶାସନ ଦେବା ବଦଳରେ ଶୋଷଣ କରୁଛନ୍ତି । କରୋନା ମହାମାରୀ ସମୟରେ ନିତ୍ୟ ବ୍ୟବହାର ଜିନିଷର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଛି, ଯାହାର ପ୍ରତିବାଦରେ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି ଆହ୍ୱାନରେ ଓ ଓଡିଶା ପ୍ରଦେଶ କଂଗ୍ରେସ ଡାକରାରେ ଚାନ୍ଦବାଲି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ତିନି ଘଣ୍ଟିଆ ଧାରଣା ଦିଆଯାଇଥିଲା।
ପୂର୍ବ ପ୍ରସ୍ତୁତି କ୍ରମେ ଆଜି ସକାଳ ୧୦ଟାରେ ଚାନ୍ଦବାଲିସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ କର୍ମୀମାନେ ହାତରେ ଦଳୀୟ ପତାକା ଓ ଫ୍ଲାକାର୍ଡ ଧରି ଘଣ୍ଟ ବଜାଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ସେମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଓ କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡି ସରକାରଙ୍କର ମନମୁଖୀ ଶାସନ ବିରୋଧରେ ବର୍ଷିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ଭିତିରି ବୁଝାମଣାରେ ଲୋକଙ୍କୁ ଲୁଟୁଛନ୍ତି ବୋଲି କଂଗ୍ରେସ ନେତା ଦିଗମ୍ବର ଦାସ କହିଥିଲେ। ମହାମାରୀ ସମୟରେ ଚାଷୀକୁଳ ବହୁ କ୍ଷତିରେ ପଡ଼ିଥିବା ବେଳେ ଚାନ୍ଦବାଲି ବ୍ଲକର ସମସ୍ତ ଚାଷୀ ଭାଇମାନଙ୍କୁ ଋଣ ଛାଡ଼ ଓ ଆଗାମୀ ଖରିଫ ଫସଲ ପାଇଁ ସଂପୂର୍ଣ୍ଣ ମାଗଣାରେ ବିହନ ଓ କୀଟନାଶକ ଔଷଧ ଯୋଗାଇ ଦେବାକୁ ଦାବି କରିଥିଲେ।
The post ତୈଳ ଦର ବୃଦ୍ଧି ପ୍ରତିବାଦରେ ଗଣଧାରଣା first appeared on Sambad.from ଜିଲ୍ଲା | Sambad https://ift.tt/2TH1c12
0 Comments