କଟକ: ପତି-ପତ୍ନୀଙ୍କ ମଧ୍ୟରେ ଉପୁଜିଥିବା ବିବାହ କଳହ ମାମଲାରେ ପୁଣି ଥରେ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଉଭୟ ନିଜ ନିଜର ପକ୍ଷ ରଖିଛନ୍ତି। ଉଭୟ ମଧ୍ୟସ୍ଥତା ପାଇଁ ସକରାତ୍ମକ ମନୋଭାବ ଦେଖାଉଥିବା ଜଣାପଡିଛି।

ପୂର୍ବରୁ ଗତ ୯ ତାରିଖରେ ଉଭୟ ପାରିବାରିକ ଅଦାଲତରେ ହାଜର ହୋଇଥିଲେ। ଆଜି ଉଭୟ ପୁନର୍ବାର ହାଜର ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

ତା ପୂର୍ବରୁ ପୁରୀଘାଟ ଥାନାରେ ଅନୁଭବ ବର୍ଷାଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗରେ କହିଥିଲେ ଯେ, ମୋ ଘରେ ରହି ମୋ ବିରୁଧରେ ଷଡ଼ଯନ୍ତ୍ର କରୁଛନ୍ତି ବର୍ଷା। ଏହାସହ କିଛି ସିସିଟିଭି ଫୁଟେଜକୁ ମଧ୍ୟ ନଜର ଦେବାକୁ କହିଥିଲେ ସେ। ଯେଉଁଥିରେ ବର୍ଷା କିଭଳି ତାଙ୍କ ବିରୁଧରେ ଅନ୍ୟମାନଙ୍କ ସହ ଆଲୋଚନା କରୁଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ କରିଥିଲେ।

The post ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ବର୍ଷା-ଅନୁଭବ: ହୋଇଛି ସକାରାତ୍ମକ ଆଲୋଚନା‌ first appeared on Sambad.

from ଜିଲ୍ଲା | Sambad https://ift.tt/3xKdqVy