
ଉଲୁଣ୍ଡା : ଏକ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ଅକ୍ଷୟ ଦେହେରୀ (୧୯)ଙ୍କୁ ପୁଲିସ ଉଲୁଣ୍ଡା ଥାନା ନାଗଡେଇଁ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗତ ମେ’ ୨୦ ତାରିଖରେ ଜଣେ ଯୁବତୀଙ୍କୁ ଅକ୍ଷୟ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଉଲୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା। ତେବେ ଘଟଣା ପରଠାରୁ ସେ ଫେରାର୍ ଥିଲା। ତେବେ ଅକ୍ଷୟ ଘରେ ଥିବା ଜାଣିବା ପରେ ପୁଲିସ ବୁଧବାର ଚଢ଼ଉ କରି ଧରିଥିଲା। ଗୁରୁବାର ତାକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
The post ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3r3L85R
0 Comments