
ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ଅନୁଦିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ସରକାର ବ୍ୟାପକ ହରିଲୁଟ କରୁଥିବା ଅଭିଯୋଗ କରି ଆଜି ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଆଜି ପଲ୍ଲା ଠାରେ ଥିବା ବ୍ଲକ କାର୍ଯ୍ୟାାଳୟ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ପୂର୍ବତନ ଜିଲ୍ଲା ସଭାପତି ନିକୁଂଜ ପଟ୍ଟନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖଙ୍କ ସହ ବିଜେପିର ଅନ୍ୟ ସଦସ୍ୟ ଓ କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଏହି ଅବସରରେ ବିଜେପି ସଭାପତି ଶ୍ରୀମହାପାତ୍ର କହିଛନ୍ତି ଯେ ଦେଶର ସମସ୍ତ ଗରିବଙ୍କ ପାଇଁ ଘର ଯୋଗାଇଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଲକ୍ଷ୍ୟ ରହିଛି। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଅସହଯୋଗ ଓ ବ୍ଲକ ପ୍ରଶାସନର ଦୁର୍ନୀତି ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚି ପାରୁନାହିଁ।
ସେହିଭଳି ବରିଷ୍ଠ ନେତା କାଳୁ ଖଣ୍ଡାୟତରାୟ କହିଛନ୍ତି ଯେ ଅଯୋଗ୍ୟ ଓ ଧନୀ ଲୋକଙ୍କୁ ଆବାସ ଯୋଗାଇବା, ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଏହି ଯୋଜନାରେ ସାମିଲ କରିବା, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମନ୍ଦଉଦେ୍ଦଶ୍ୟ ରଖି ପରିବର୍ତନ କରି ଟଙ୍ଗା ହଡ଼ପ କରିବା ଆଦି ଅନିୟମିତତାର ତଦନ୍ତ, ଗୁହାଳ ଘରକୁ ଜିଏ ଟାଗିଂ କରିବା ନେଇ ଦାବି କରାଯାଉଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମ ପରେ ଖୋର୍ଦ୍ଧା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ବରିଷ୍ଠ ନେତା ଗଗନ ମଲ୍ଲ, ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ସୁମିତ୍ର ପ୍ରଧାନ, ଦେବବ୍ରତ ଆଚାର୍ଯ୍ୟ, ଖୋର୍ଦ୍ଧା ନଗର ସଭାପତି ଲୋକନାଥ ପ୍ରଧାନ, ପ୍ରଦୀପ୍ତ ପାଣି, ସୀତାରାମ ରାଉତରାୟ, ଗଗନ ପାଇକରାୟ, ଅମରେନ୍ଦ୍ର ବଳିଆରସିଂହ, ଅଭିଷେକ ଛୁଆଳସିଂହ ପ୍ରମୁଖ ଉପସ୍ଥିତ ଥିଲେ।
The post ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ବିଜେପିର ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/3k4qRf8
0 Comments