ବିଶୋଇ: ବିଶୋଇ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାଜାବସା ଗ୍ରାମରେ ବିଶୋଇ ବନବିଭାଗ, ଓଏଫଏସଡିପି ଏବଂ ବିଶୋଇ ସମ୍ବାଦ ସାହିତ୍ୟଘରର ମିଳିତ ଆନୁକୂଲ୍ୟରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ସରଗଡ଼ା ବନପାଳ ଜୀବନବଲ୍ଲଭ ପାତ୍ର ଏବଂ ଓଏଫଏସଡିପି ସଂଯୋଜକ ତାରାକାନ୍ତ ପଣ୍ଡା ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରି ସମସ୍ତଙ୍କୁ ବୃକ୍ଷରୋପଣ କରି ପ୍ରକୃତିକୁ ସବୁଜ ସୁନ୍ଦର ରଖିବାକୁ କହିଥିଲେ। ପରେ ରାଜାବସା ଗ୍ରାମବାସୀଙ୍କ ସହଯୋଗରେ ବିଶୋଇ ସମ୍ବାଦ ସାହିତ୍ୟଘରର ସଦସ୍ୟ ମାନେ ଗ୍ରାମରେ ଥିବା ଭୂଷଣ ମୁଣ୍ଡାଙ୍କ ୧ ହେକ୍ଟର ବିଶିଷ୍ଟ ଜମିରେ ୧ ହଜାର ବୃକ୍ଷରୋପଣ କରିଥିଲେ।

ବିଶୋଇ ସମ୍ବାଦ ସାହିତ୍ୟ ଘରର ସଂଯୋଜକ ଅମିତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ବିଶୋଇ ସମ୍ବାଦ ସାହିତ୍ୟ ଘରର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବନ ବିଭାଗର ରାଜାବସା ବିଟ ବନରକ୍ଷୀ ସନତ କୁମାର ବେହେରା, ସରଗଡା- ୨ ବନରକ୍ଷୀ ତରଙ୍ଗିନୀ ମହାନ୍ତ, ଡିଇଓ ସାଲଖୁ ମାର୍ଣ୍ଡି ସମେତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

The post ବିଶୋଇ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ first appeared on Sambad.

from ଜିଲ୍ଲା | Sambad https://ift.tt/3hveR4x