
ବୈପାରିଗୁଡା : ଲୁଟ ମାମଲାରେ ଜଣକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି ବୈପାରିଗୁଡା ପୋଲିସ।
ସୂଚନା ଅନୁଯାୟୀ,ଗତ ମାସରେ ଦଳପୁର ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସୈମ୍ୟ ରଂଜନ ପ୍ରଧାନ କୈାଣସି କାମରେ କୋରାପୁଟ ଯାଇ ଫେରୁଥିଲେ। ସଂଧ୍ୟା ସାତଟା ବେଳେ ବୈପାରିଗୁଡା ଠାରୁ ତିନି କିଲୋମିଟର ଦୂର ବିରିଗାଡ ଠାରେ ତିନି ଜଣ ଯୁବକ ଜବରଦସ୍ତ ଶ୍ରୀ ପ୍ରଧାନଙ୍କ ବାଇକ୍ ଅଟକାଇବା ସହ ମୁଣ୍ଡରେ ବନ୍ଧୁକ ରଖି ଗୋଟିଏ ମୋବାଇଲ ସହ ତିରିଶି ହଜାର ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ କରି ନେଇଥିଲେ। ଶ୍ରୀ ପ୍ରଧାନ ଏସଂପର୍କରେ ବୈପାରିଗୁଡା ଥାନାରେ ଏତଲା ଦେବା ପରେ ପୋଲିସ ମୋବାଇଲ ଟ୍ରାକିଂ କରି ଜୟପୁର ସଦର ଥାନା ଅନ୍ତର୍ଗତ କଲାଗୁଡା ଗ୍ରାମର କୁମାର ହିଆଲଙ୍କ ପୁଅ ଟୁନା ହିଆଲ (୩୫) ଙ୍କୁ ଠାବ କରିବା ସହ ଅଟକ ରଖିଥିଲା।
ତେବେ ଟୁନା ହିଆଲ ମୋବାଇଲକୁ କଲାଗୁଡାର ରାମନାଥ ଟାକ୍ରୀ ଏବଂ ବୁଟି ପାଖରୁ କିଣିଥିବା ପ୍ରକାଶ କରିଥିଲା। ଆଜି ପୋଲିସ ଟୁନାକୁ ଲୁଟ ମାମଲାରେ କେଶ୍ ନଂ ୧୦୨/୨୧ ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି। ରାମନାଥ ଏବଂ ବୁଟିକୁ ଖୋଜା ଚାଲିଥିବା ନେଇ ଆଇଆଇସି ରଘୁନାଥ ମାଝୀ ପ୍ରକାଶ କରିଛନ୍ତି।
The post ଲୁଟ୍ ମାମଲାରେ ଜଣକୁ କୋର୍ଟ ଚାଲାଣ first appeared on Sambad.from ଜିଲ୍ଲା | Sambad https://ift.tt/3dIgWrx
0 Comments