
କବାଟବନ୍ଧ : ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତରେ ଗଢ଼ିଉଠିଥିବା ବେଆଇନ ଶିଳ୍ପ ପ୍ରତିଷ୍ଠାନକୁ ନେଇ ସ୍ବର ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ପଞ୍ଚାୟତର ଜନସାଧାରଣ ଏକାଠି ହୋଇ ଏକ ବୈଠକ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି। ସୂଚନା ମୁତାବକ ଏହି ପଞ୍ଚାୟତର ଖାତା ନମ୍ବର ୪୧୬ ହାଲ ପଟ୍ଟାରେ ଜଙ୍ଗଲ କିସମ ରହିଛି। ଏହି ୪୧୬ ଖାତା ଉପରେ ବେଆଇନ ଦଖଲ କରି ପ୍ରାୟ ୨ଶହରୁ ଅଧିକ ଏକର ଜାଗାରେ ଏକାଧିକ ଶିଳ୍ପ ପ୍ରତିଷ୍ଠାନ ବହୁଦିନ ହେଲା ଚାଲିଛି। ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକେ ଧୂଳିଧୂଆଁରେ କଲବଲ ହୋଇ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି।

ଏହାର ପ୍ରତିବାଦରେ ମୁରାରିପୁର ଶିବ ମନ୍ଦିର ପରିସରରେ ଆୟୋଜିତ ପ୍ରତିବାଦ ସଭାରେ ଏଭଳି ଶିଳ୍ପକୁ ସମସ୍ତେ ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ପିଓର କୋକ୍, କ୍ରିଷ୍ଣା କୋକ୍, ମହାବୀର ହାର୍ଡ କୋକ୍ ସମେତ ଅନ୍ୟ କିଛି ପିଚୁ ପ୍ଲାଣ୍ଟ ବହୁଦିନ ହେଲା ବେଆଇନ ଭାବେ ଚାଲିଛି। ଛୋଟଛୋଟ କ୍ରସର କରି ଚଳୁଥିବା ଲୋକଙ୍କ ଜୀବିକା ବୁଡ଼ାଇ ସେହି ସମାନ ମୌଜାରେ ଜଙ୍ଗଲ ଜମିରେ ଏହି ପ୍ଲାଣ୍ଟଗୁଡିକ କିପରି ଚାଲିଛି ବୋଲି ପ୍ରଶ୍ନ କରିଥିଲେ।
The post ଅଞ୍ଜିରାରେ ବେଆଇନ ଶିଳ୍ପ କାରଖାନାକୁ ବିରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3huu30y
0 Comments