
ବୀରମହାରାଜପୁର : ବୀରମହାରାଜପୁର ସଦରମହକୁମାରେ ଗତ ତିନିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଫଳରେ ଗୁରୁବାର ରାତିରୁ ଅନେକ ଘରେ ପାଣି ପଶିଛି। ଶୁକ୍ରବାର ସକାଳ ଆଠଟା ମଧ୍ୟରେ ୨୦୨ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସାରା ରାଜ୍ୟରେ ସର୍ବାଧିକ ବୋଲି ସରକାରୀ ଭାବେ କୁହାଯାଇଛି। ବର୍ଷା ପ୍ରଭାବରେ ବିଭିନ୍ନ ଗାଁରେ ଘରକୁ ଘର ପାଣି ପଶିଯିବାରୁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗିଛନ୍ତି। ଏପରିକି ବୀରମହାରାଜପୁର ମୁଖ୍ୟ ଛକରେ ଥିବା ଜଗନ୍ନାଥଙ୍କ ରୋଷେଇ ଘରେ ବର୍ଷା ପାଣି ପଶିଯିବାରୁ ଅସୁବିଧାରେ ପଡ଼ିଥିଲେ ସେବାୟତ। ଅବଶ୍ୟ ଦିନବେଳା ବର୍ଷା କମିଯିବାରୁ ପରିସ୍ଥିତିରେ କିଛିଟା ସୁଧାର ଆସିଛି।
ସେହିପରି କଲେଜ ରୋଡର ତ୍ରିବେଣୀ ଛକ ପାଖରେ ଥିବା ରୁଷଭ ମେହେରଙ୍କ ଘର ଭିତରେ ଆଣ୍ଠୁଏ ପାଣି ପଶିଛି। କେନ୍ଦୁପାଲି ଗ୍ରାମର ପୂର୍ବ ସରପଞ୍ଚ ତଥା ବିଶିଷ୍ଟ ସୂତା ଓ ରଙ୍ଗ ବ୍ୟବସାୟୀ ଠାକୁର ମେହେରଙ୍କ ଘରେ ପାଣି ପଶିଯିବାରୁ ଅନେକ ସୂତା ଓ ରଙ୍ଗ ନଷ୍ଟ ହୋଇଯାଇଛି। ବୀରମହାରାଜପୁର ଟ୍ରେଜେରି ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ପାଣି ଘେରରେ ରହିଛି। ଆଣ୍ଠୁଏ ପାଣି ଭିତରେ କର୍ମଚାରୀ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା। ବୀରମହାରାଜପୁରରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
The post ବୀରମହାରାଜପୁରରେ ୨୦୨ ମିମି ବର୍ଷା: ଘରେ ପଶିଲା ପାଣି first appeared on Sambad.from ଜିଲ୍ଲା | Sambad https://ift.tt/3rzprem
0 Comments