
ରାଉରକେଲା : ବାଦାମପାହାଡରୁ ଭାୟା ଟାଟା ନଗର ଦେଇ ରାଉରକେଲା ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ଦାବି କରାଯାଇଛି। କମିଟିର ପ୍ରତିନିଧି ଚକ୍ରଧରପୁର ମଣ୍ଡଳ ଅଧିକାରୀଙ୍କ ଜରିଆରେ ଦକ୍ଷିଣପୂର୍ବ ରେଳ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଇଛନ୍ତି, ଟାଟା ବାଦାମପାହାଡ ରେଳ ଲାଇନ୍ ୧୦୦ରୁ ଅଧିକ ପୁରୁଣା ରେଳ ଲାଇନ୍। ଏହି ରେଳ ଲାଇନ୍ରେ ସବୁଠୁ ଅଧିକ ଲୁହାପଥର ରପ୍ତାନୀ ହେଉଛି। ଚକ୍ରଧରପୁର ରେଳ ଡିଭିଜନ ଏଠାରୁ ଅଧିକ ରାଜସ୍ବ ପାଉଛି। ଏହି ରେଳ ଲାଇନ୍ରେ ଏକ ମାତ୍ର ପାସେଞ୍ଜର ସକାଳ ୬ଟାରେ ଟାଟାନଗରରୁ ବାଦାମପାହାଡ ପର୍ଯ୍ୟନ୍ତ ଚାଲୁଛି। ଫଳରେ ସାଧାରଣ ଲୋକ କୌଣସି ସୁବିଧା ପାଇ ପାରୁନାହାନ୍ତି। ଏହି ଲାଇନରେ ଦ୍ବିତୀୟ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଛି। ବାଦାମପାହାଡରୁ ଭାୟା ଟାଟାନଗର ଦେଇ ରାଉରକେଲା ପର୍ଯ୍ୟନ୍ତ ଚାଲିଲେ ସାଧାରଣ ଯାତ୍ରୀ ବେଶ ଉପକୃ୍ତ ହୋଇ ପାରିବେ। ରାଜଧାନୀ ଦିଲ୍ଲୀ, କଲିକତା, ଭୁବନେଶ୍ବରକୁ ସିଧାସଳଖ ଯୋଗାଯୋଗ ହୋଇପାରିବ।
ସେମିତି ଟାଟା-ବାଦାମପାହାଡ ରେଳଲାଇନକୁ କେନ୍ଦୁଝର ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ଗୁରୁମହିଷାଣୀ ରୁ ବାଲେଶ୍ବର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦାବି କରାଯାଇଛି। ଏଥିସହ ଟାଟା-ବାଦାମପାହାଡ ରେଳ ଲାଇନ୍କୁ ବିଦ୍ୟୁତ୍କରଣ ବାଦାମପାହାଡ ପର୍ଯ୍ୟନ୍ତ କରିବାକୁ ମଧ୍ୟ ଦାବି କରାଯାଇଛି।
The post ବାଦାମ ପାହାଡରୁ ରାଉରକେଲା ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ ଦାବି first appeared on Sambad.from ଜିଲ୍ଲା | Sambad https://ift.tt/3BwzTrs
0 Comments