
ତୁଷୁରା : ରାସ୍ତା ପ୍ରଶସ୍ତୀକରଣ ପାଇଁ ସୋମବାର ତୁଷୁରା ଏନ୍ଏସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଜେସିବି ସାହାଯ୍ୟରେ ଖର୍ଡା ଗ୍ରାମର ରାସ୍ତାକଡ଼ରେ ଥିବା ଘରଗୁଡ଼ିକୁ ଭଙ୍ଗା ଯାଇଥିଲା। ଲୋକମାନେ ମଧ୍ୟ ସମର୍ଥନ କରି ନିଜ ଘର ନିଜେ ଭାଙ୍ଗିବାରେ ସହଯୋଗ କରିଥିଲେ। ଏଥିପାଇଁ ଏନ୍ଏସି ପକ୍ଷରୁ ଗତ ଶୁକ୍ରବାର ଖର୍ଡା ଗ୍ରାମର ସରକାରୀ ରାସ୍ତା ଉପରେ ଘର ନିର୍ମାଣ କରିଥିବା ବ୍ୟକ୍ତିମାନଙ୍କୁ ସୂଚନା ଦିଆଯାଇଥିଲା।
ପ୍ରକାଶ ଯେ ଖର୍ଡା ନଦୀ(ସୋନଗଡ଼)ରେ ପୋଲ ନିର୍ମାଣ ଓ ନୂତନ ରାସ୍ତା ନିର୍ମାଣକୁ ଦୃଷ୍ଟିରେ ରଖି ବର୍ଷକ ଆଗରୁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ବଡ଼ ବଡ଼ ଗଛଗୁଡ଼ିକୁ ପୂର୍ତ୍ତ ବିଭାଗ ପକ୍ଷରୁ କଟାଯାଇଥିଲା ଓ ଡିମାର୍କେସନ କରି ରାସ୍ତା ଚିହ୍ନଟ କରାଯାଇଥିଲା। ତୁଷୁରାରେ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏହି ଜବରଦଖଲ ଉଚ୍ଛେଦ ବେଳେ ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ତୁଷୁରା ଥାନାଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ, ପିଡବ୍ଳୁଡି ଜେଇ ଉପସ୍ଥିତ ଥିଲେ।
The post ତୁଷୁରା: ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ ଆରମ୍ଭ first appeared on Sambad.from ଜିଲ୍ଲା | Sambad https://ift.tt/3zfcbOt
0 Comments