
ଭବାନୀପାଟଣା : ପଟ୍ଟା ପାଇଥିବା ଜାଗା ଚିହ୍ନଟ ଦାବିରେ କଳାହାଣ୍ଡି ଜନ ଜାଗରଣ ମଞ୍ଚ ପକ୍ଷରୁ ସୋମବାର କଳାହାଣ୍ଡି ତହସିଲ ଘେରାଉ କରାଯାଇଥିଲା।
ଭବାନୀପାଟଣା ସଦର ବ୍ଲକ୍ ଗଣ୍ଡବାରଝୋଲା ପଞ୍ଚାୟତ ଅନ୍ତର୍ଗତ କରାଟିକଲି ଗ୍ରାମର ୮୦ଟି ପରିବାରଙ୍କୁ ୨୦୦୭ ମସିହାରେ ସରକାରଙ୍କ ପକ୍ଷରୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲା। କିନ୍ତୁ ଦୀର୍ଘ ୧୬ବର୍ଷ ଧରି ଜାଗା ଚିହ୍ନଟ କରାଯାଇନାହିଁ। ତୁରନ୍ତ ଏହି ଜାଗା ଚିହ୍ନଟ କରାଯିବାକୁ ଦାବି କରାଯାଇଛି।
ଏହାର ପ୍ରତିବାଦରେ ରବିବାର କଳାହାଣ୍ଡି ତହସିଲ ଘେରାଉ କରାଯାଇଥିଲା। ଏଥିରେ ସୁରେଶ ମାଝୀ, ଅଗଷ୍ଟ ନାଏକ, ଦାମୋଦର ବେହେରା, ସଞ୍ଜୟ ସୁନାନୀ, ପାରେଶ୍ବର ମହାନନ୍ଦ, ଚଙ୍ଗେଜି ଖାଁ ଓ କରାଟିକଲି ଗ୍ରାମବାସୀ ସାମିଲ ହୋଇଥିଲେ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଜାଗା ଚିହ୍ନଟ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।
The post ଡିହ ଚିହ୍ନଟ ଦାବିରେ ତହସିଲ ଅଫିସ୍ ଘେରାଉ first appeared on Sambad.from ଜିଲ୍ଲା | Sambad https://ift.tt/3xMFGXA
0 Comments