
ପୁରୀ : ପହଣ୍ଡି ବେଳେ କଟକଣା ମାନିନାହାନ୍ତି ସେବାୟତ। ସେପଟେ ଦେଖଣାହାରୀମାନେ ବି କଟକଣା ଭାଙ୍ଗିବାକୁ ପଛାଇ ନାହାନ୍ତି। ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଥିଲା କି ସୀମିତ ସଂଖ୍ୟକ ସେବକରେ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ସବୁକିଛି ଅନୁଷ୍ଠିତ ହେବ। ହେଲେ ଶେଷ ଦିନରେ ନୀଳାଦ୍ରି ବିଜେ ବେଳେ ହଜାର ହଜାର ସେବାୟତଙ୍କ ପହଣ୍ଡି ବେଳେ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।
ସେପଟେ କେହି ବି ମାସ୍କ ପରିଧାନ କରି ନଥିବାରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କାଁ ଭାଁ ସେବାୟତଙ୍କୁ ଛାଡ଼ିଲେ ବାକି ଅଧିକାଂଶ ଖୋଲା ମୁହଁରେ ବୁଲିଥିଲେ। ସେବାୟତଙ୍କ ଏଭଳି କୋଭିଡ୍ କଟକଣା ଉଲ୍ଲଂଘନକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଛି। ଅନ୍ୟପଟେ ସେବାୟତଙ୍କ କହିବା କଥା ହେଲା, ନୀତିକାନ୍ତି ବେଳେ ମାସ୍କ ପରିଧାନ ନିଷେଧ ରହିଛି। ଯେହେତୁ ଏହା ମୁହଁରେ ଲାଗୁଛି, ଅଇଁଠା ହେଉଛି। ଏଥିପାଇଁ ନୀତିକାନ୍ତି ବେଳେ ମାସ୍କ ପରିଧାନ ନିଷେଧ ଥିବା ବିଭିନ୍ନ ନିଯୋଗର ସେବାୟତମାନେ ମତ ଦେଇଛନ୍ତି।
The post ନୀଳାଦ୍ରି ବିଜେ ପହଣ୍ଡିରେ କଟକଣା ମାନିଲେନି first appeared on Sambad.from ଜିଲ୍ଲା | Sambad https://ift.tt/3hWpeOZ
0 Comments