ଯାଜପୁରସଦର : ଅଭାବରୁ ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା। ଦଶମ ପାସ୍‌ ପରେ ସେ କଲେଜ ପଢ଼ିପାରିଲେନି। କିନ୍ତୁ ନିଜ ସଙ୍ଗୀତ ପ୍ରତିଭାର ବିକାଶକୁ ଏହି ଦାରିଦ୍ର୍ୟ ଅଟକାଇ ପାରିନି। ନିଜ ଗୀତର ସ୍ବରରେ ଶ୍ରୋତାକୁ ବାନ୍ଧି ରଖିପାରୁଛନ୍ତି ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ଚନ୍ଦନ କୁମାର ବାରିକ (୨୨)।

୪ ବର୍ଷ ହେଲା ପିତା ଦୁଃଶାସନ ବାରିକ ପକ୍ଷାଘାତରେ ଆରପାରିକୁ ଚାଲିଗଲେ। ପରିବାରର ଅବସ୍ଥା ଦୟନୀୟ ହୋଇପଡ଼ିବାରୁ ସେ ଏକ ଦୋକାନରେ କାମ କରୁଛନ୍ତି। ଘରେ ବିଧବା ମାଆ ଓ ସାନ ଭାଇଭଉଣୀ। ପେଟ ପାଇଁ ସିନା ସେ ସେଲ୍‌ସମ୍ୟାନ୍‌ ସାଜିଲେ। କିନ୍ତୁ ଛୋଟ ବେଳରୁ ତାଙ୍କ ଭିତରେ ଲୁଚି ରହିଥିବା ସଂଗୀତ ପ୍ରତିଭା ଫୁଟି ବାହାରିଥିଲା। ତୃତୀୟ ଶ୍ରେଣୀରୁ ସଂଗୀତକୁ ଭଲ ପାଉଥିବା ଚନ୍ଦନ ଏବର କରୋନା ସମୟରେ ଘରେ ରହି ସେ ନିଜ ପସନ୍ଦ ଗୀତକୁ ନିଜ ସ୍ବରରେ ବିନା ପ୍ରଶିକ୍ଷଣ ଓ ବିନା ମ୍ୟୁଜିକରେ ଗାଇ ତାକୁ ସୋସିଆଲ ମିଡିଆରେ ଛାଡ଼ି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ଏହା ବହୁ ଲୋକଙ୍କ ହୃଦୟକୁ ଛୁଇଁପାରିଛି। ସହାୟତା ଓ ସୁଯୋଗ ମିଳିଲେ ସେ ସଂଗୀତକୁ ନିଜର କ୍ୟାରିୟର କରିବା ସହ ବହୁ ଆଗକୁ ଯିବାକୁ ଆଶା ରଖିଛନ୍ତି।

The post ପ୍ରତିଭା ଲୁଚି ରହେନା: ସଙ୍ଗୀତ ଭିଡିଓ ଶୁଣି ଛୁଟୁଛି ପ୍ରଶଂସାର ସୁଅ first appeared on Sambad.

from ଜିଲ୍ଲା | Sambad https://ift.tt/2TxUKJG