
ଝାରବନ୍ଧ : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ବିଲାସପୁର ଗ୍ରାମରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ହଳଧର ବାଗ (୩୦)।
ପ୍ରାପ୍ତ ସୂଚନାନୁସାରେ ହଳଧର ନିଜ ଜମିରେ କପା ଚାଷ କରିଥିବାରୁ ଗ୍ରାମର କିଛି ଲୋକଙ୍କ ସହିତ ଜମିକୁ ଯାଇଥିଲେ। ଅପରାହ୍ନ ୪ଟାରେ ବହୁତ ଜୋର୍ରେ ଘଡ଼ଘଡ଼ି ସହିତ ବର୍ଷା ଆରମ୍ଭ ହୋଇଥିଲା। ଘଡ଼ଘଡ଼ି ହେବାରୁ ସେମାନେ ଗୋଟିଏ ଗଛ ମୂଳେ ଆଶ୍ରୟ ନେଇଥିଲେ। ହଠାତ୍ ବିଜୁଳି ମାରିବାରୁ ହଳଧର ଟଳି ପଡ଼ିଥିଲେ। ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଝାରବନ୍ଧ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ମୃତ୍ୟୁ ହୋଇଯାଇଥିବା କହିଥିଲେ ମଧ୍ୟ ପରିବାରଲୋକେ ବିଶ୍ୱାସ ନକରି ଅନ୍ୟତ୍ର ଚିକିତ୍ସା ପାଇଁ ନେଇଥିବା ଜଣାପଡ଼ିଛି। ଏ ବିଷୟରେ ଝାରବନ୍ଧ ରାଜସ୍ଵ ବିଭାଗକୁ ଖବର ଦେବାପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ସୀମା ସବିତା କୁଲୁ ପ୍ରକାଶ କରିଛନ୍ତି। ଯୁବକଙ୍କର ଗୋଟିଏ ତିନି ବର୍ଷର ଶିଶୁ ପୁତ୍ର ଅଛି।
The post ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3hgn4cT
0 Comments