ଯାଜପୁର/ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଫୁଲପୁର ଠାରେ ବହୁ ଦିନ ହେଲା ଚାଲିଥିବା ବେଆଇନ୍ କରତକଳ ଉପରେ ଆଜି ଜଙ୍ଗଲ ବିଭାଗର ଭିଜିଲାନ୍ସ ଟିମ ସହିତ ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରିଛନ୍ତି। ବେଆଇନ୍ କରତକଳ ମାଲିକ ଫେରାର ହୋଇଯାଇଥିବା ବେଳେ ବ୍ୟାପକ ପରିମାଣରେ ଚୋରା କାଠ ଓ କରତକଳ ସରଞ୍ଜାମ ଜବତ କରାଯାଇଛି। କରତକଳର ସରଞ୍ଜାମ ଓ କାଠର ମୂଲ୍ୟ ୭ଲକ୍ଷ ୩୫ହଜାର ୬୬୦ ଟଙ୍କାରୁ ଅଧିକ ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି।

କଟକ ଡିଭିଜନ୍‌ସ ଜପୁରରୋଡ଼ ରେଞ୍ଜ ଅଧୀନରେ ଏହି ବେଆଇନ୍ କାରବାର ବହୁ ଦିନରୁ ଚାଲୁଥିଲା। ତାହା ଜଙ୍ଗଲ ବିଭାଗ ଅଧିକାରୀଙ୍କ ଦୃଷ୍ଟିକୁ କିପରି ଆସୁନଥିଲା? ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ଜବତ ଘଟଣାର ତଦନ୍ତ ଯାଜପୁରରୋଡ଼ ରେଞ୍ଜ କାର୍ଯ୍ୟଳୟ ଦ୍ବାରା ତ୍ବରାନ୍ବିତ କରାଯାଉଛି।

The post ବେଆଇନ୍ କରତକଳ ଉପରେ ଜଙ୍ଗଲ ବିଭାଗ ଭିଜିଲାନ୍ସ ଟିମ୍‌ର ଚଢ଼ଉ, ୭ଲକ୍ଷ ଟଙ୍କାର ସରଞ୍ଜାମ ଓ କାଠ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3xw7Bel