ଦେବଗଡ଼ : ଗତ ଶୁକ୍ରବାର ଦିନ ଜିଲ୍ଲା‌ରେ ଦିନ ସାରା ପ୍ରବଳ ବର୍ଷା ହୋଇଥିଲା। ଫଳରେ ବାରକୋଟ ବ୍ଲକ ଅନ୍ତର୍ଗତ ଜାଲିସୁଆଁ ଗ୍ରାମ ଦେଇ ଯାଇଥିବା ପାହାଡ଼ି ନାଳରେ ଜଳ ବଢିବା ଯୋଗୁଁ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହୋଇଥିଲା।

ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେବା ଯୋଗୁଁ ଜାଲିସୁଆଁ, ବୁଢାଭୂଇଁ ଗ୍ରାମ ସମେତ ଆଖପାଖ ଗ୍ରାମରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଏହି ରାସ୍ତାରେ ପ୍ରତ୍ୟେକ ବର୍ଷା ଦିନ ଆସିଲେ ପାହାଡ଼ି ନାଳ ବଢି ପାଣି ପ୍ରବାହିତ ହେଉଥିବା ଯୋଗୁଁ ଏହାର ସ୍ଥାୟୀ ସମାଧାନ ପାଇଁ ଅଂଚଳବାସୀ ଦାବି କରିଛନ୍ତି।

The post ଜାଲିସୁଆଁ ରାସ୍ତା ଉପରେ ପ୍ରବାହିତ ହେଉଛି ବର୍ଷାଜଳ first appeared on Sambad.

from ଜିଲ୍ଲା | Sambad https://ift.tt/3xZfl8O