
ଜହ୍ନାପଙ୍କ : ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ବଘିଆପଡା ପୁରୁଣା ମେଡିକାଲ ଛକରେ ସୋମବାର ରାତି ୮ଟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କ ମୃ୍ତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ବାବୁଲିପଡ଼ାର ଦୁର୍ଯୋଧନ କହଁର (୨୪ବର୍ଷ) ଓ ବଘିଆପଡ଼ାର ନରେନ ନାଏକ (୨୫ବର୍ଷ)।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୁର୍ଯୋଧନ ତାଙ୍କ ବାଇକ୍ (ଓଡି ୧୫ ଜେ ୧୧୨୨)ରେ ବୌଦ୍ଧ ପଟୁ ବଘିଆପଡ଼ା ଯାଉଥିଲେ। ଏହି ସମୟରେ ବଘିଆପଡ଼ାର ନରେନ ତାଙ୍କ ବାଇକ୍ (ଓଡି ୨୭ ବି ୭୬୭୪)ରେ ସାଲେସିଂ ଯାଉଥିବା ବେଳେ ଉଭୟଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ନେଉଥିବା ବେଳେ ଦୁର୍ଯୋଧନଙ୍କ ମୃତ୍ୟୁ ହୋଇଥିଲା। ନରେନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିବା ସମୟରେ ବାଉଁଶୁଣୀଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ବଘିଆପଡ଼ା ଫାଣ୍ଡି ଅଧିକାରୀ ତପନ ସ୍ୱାଇଁ ଘଟଣାସ୍ଥଳରେ ଦୁଇ ବାଇକ୍କୁ ଜବତ କରି ତଦନ୍ତ କରୁଛନ୍ତି। ମୃତ ଦୁର୍ଯୋଧନଙ୍କ ବିବାହ ପାଇଁ ନିର୍ବନ୍ଧ ସରିଥିବା ବେଳେ କୋଭିତ କଟକଣା ପାଇଁ ବିବାହ ବନ୍ଦ ଥିଲା। ସେ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
The post ଦୁଇ ବାଇକ୍ ମୁହାଁମୁହିଁ, ୨ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3zDEYfT
0 Comments