ରାଇରଙ୍ଗପୁର : ଝାଡ଼ଖଣ୍ତର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ କିଛିଦିନ ପୂର୍ବରୁ ସରିଛି। ତାଙ୍କ ସ୍ଥାନରେ ରମେଶ ବୈଶ୍ୟ ଝାଡ଼ଖଣ୍ତ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ତେବେ କାର୍ଯ୍ୟକାଳ ଶେଷ ହେବାପରେ ଦ୍ରୌପଦୀ ମୁର୍ମୁ ଆଜି ନିଜ ଘର ରାଇରଙ୍ଗପୁରସ୍ଥ ମହୁଲଡ଼ିହାକୁ ଫେରୁଛନ୍ତି। ସେ ରାଞ୍ଚି ରାଜଭବନରୁ ହେଲିକ୍ୟାପ୍‌ଟର ଯୋଗେ ଆସି ରାଇରଙ୍ଗପୁରସ୍ଥ କଚେରି ପଡ଼ିଆରେ ସକାଳ ୧୦ଟାରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।

The post ଆଜି ଜନ୍ମମାଟିକୁ ଫେରୁଛନ୍ତି ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ first appeared on Sambad.

from ଜିଲ୍ଲା | Sambad https://ift.tt/3k5HFCr