ଧମା : ଗତ କିଛିଦିନ ହେଲା ହୁମାସ୍ଥିତ ପ୍ରସିଦ୍ଧ ଶୈବପୀଠ ବକ୍ରମନ୍ଦିରର ମୁଖ୍ୟ ଗମ୍ଭୀରାରୁ ପାଣି ଝରୁଥିବା ଦେଖିବାକୁ ମିଳୁଛି। ଗତ ବର୍ଷ ଏହି ଗମ୍ଭୀରର ଛାତ ଇନ୍‌ଟାକ୍ ପକ୍ଷରୁ ମରାମତି କାର୍ଯ୍ୟ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକୁ ପ୍ରତ୍ନତତ୍ତ୍ବ ବିଭାଗ ମଧ୍ୟ କରିଥିଲା। ଗମ୍ଭୀରାର ଗୋଟିଏ ଜାଗାରେ କାନ୍ଥ ଯୋଡ଼ାଇ ରହିଛି। ଠିକ୍ ଭାବେ ମରାମତି କାମ ହୋଇନଥିବାରୁ ସେହି ଜାଗାରୁ ପାଣି ଝରୁଥିବା ପୂଜକମାନେ କହିଛନ୍ତି। ପ୍ରତ୍ନତତ୍ତ୍ବ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

The post ହୁମା ମନ୍ଦିର ମୁଖ୍ୟ ଗମ୍ଭୀରାରୁ ଝରୁଛି ପାଣି first appeared on Sambad.

from ଜିଲ୍ଲା | Sambad https://ift.tt/2V9R8yg