
ଝାରସୁଗୁଡ଼ା : ବେଲପାହାଡ଼ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ୨ଟି ପୃଥକ ସ୍ଥାନରେ ଚଢ଼ଉ କରାଯାଇଥିଲା। ୧୨ଶହ କେଜି ମହୁଲ ପୋଚ ନଷ୍ଟ ଓ ୫୨ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମହିଜୋର ଅଂଚଳର ଚମ୍ପତଲାଲ ଲୁହାର(୫୧) ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗୁରୁବାର ଲଖନପୁର ଥାନା ଅର୍ନ୍ତଗତ ବିଛୁଆପଡ଼ାରେ ବେଆଇନ ଭାବରେ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ବେଲପାହାଡ଼ ଅବକାରୀ ବିଭାଗ ଏବଂ ଜିଲ୍ଲା ଭ୍ରାମ୍ୟମାଣ ଥାନା ୟୁନିଟ୍ ଝାରସୁଗୁଡ଼ା ପକ୍ଷରୁ ଆତର୍କିତ ଭାବରେ ଚଢ଼ଉ କରାଯାଇଥିଲା। ଏହାପରେ ସେଠାରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରି ମଦ ତିଆରି ପାଇଁ ବେଆଇନ ଭାବରେ ରଖାଯାଇଥିବା ୧୨ଶହ କେଜି ମହୁଲ ପୋଚକୁ ନଷ୍ଟ କରାଯିବା ସହ ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିପରି ମୋହନପୁର ଅଂଚଳରେ ଚଢ଼ଉ କରି ୧୨ ଲିଟର ଦେଶୀ ରନ୍ଧା ମଦ ସହ ଚମ୍ପତଲାଲଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରୀ ଅଧୀକ୍ଷକ ଦିଲ୍ଲୀପ ପଲେଇଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ଇନ୍ସପେକ୍ଟର ବିନୟ ପ୍ରକାଶ ତିର୍କୀ, ଦେବେନ୍ଦ୍ର ପ୍ରହରାଜ ଏବଂ ଅବକାରୀ ଦଳ ସାମିଲ ଥିଲେ।
The post ବେଆଇନ ମଦ ଜବତ, ଜଣେ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3Bz4GDQ
0 Comments