
ଖଡ଼ିଆଳ : ଖଡ଼ିଆଳ ବ୍ଲକ୍ ବିରିଘାଟ ଗ୍ରାମରେ ପାନୀୟ ଜଳର ସମସ୍ୟା ନେଇ ମହିଳାମାନେ ରାସ୍ତାକୁ ଆସିଛନ୍ତି। ଅନେକ ବର୍ଷ ହେଲା ସୁନ୍ଦର ନଦୀରୁ ବିରିଘାଟ ଗ୍ରାମକୁ ପାଣି ଯୋଗାଣ ହେଉଛି। କିନ୍ତୁ ପିଇବା ପାଣି ସମସ୍ୟାର ଅନ୍ତ ହେଉନାହିଁ। ପ୍ରତ୍ୟେକ ମାସରେ ଜଳଯୋଗାଣ ସମସ୍ୟା ହେଉଛି। ଗତ ୧୫ ଦିନ ହେଲା ପାଣି ଯୋଗାଣ ବନ୍ଦ ରହିଛି। ଫଳରେ ଗ୍ରାମର ବିଭିନ୍ନ ସ୍ଥାନରେ ଥିବା ଗଭୀର ନଳକୂପରୁ ଲୋକମାନେ ପାଣି ସଂଗ୍ରହ କରି ପିଉଛନ୍ତି।
ଏ ଅଞ୍ଚଳର ନଳକୂପରେ ଫ୍ଲୋରାଇଡ୍ ଯୁକ୍ତ ପାଣି ବାହାରୁଥିବାରୁ ପିଇବା ଯୋଗ୍ୟ ନୁହେଁ ବୋଲି ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। କିନ୍ତୁ ପିଇବା ପାଣିର ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକମାନେ ବାଧ୍ୟ ହୋଇ ଏହି ପାଣିକୁ ବ୍ୟବହାର କରୁଛନ୍ତି। ତୁରନ୍ତ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ଶୁକ୍ରବାର ମହିଳାମାନେ ରାସ୍ତାକୁ ଆସିଛନ୍ତି। ଏନେଇ ଜଳ ଯୋଗାଣ ଦୟିତ୍ୱରେ ଥିବ ଅଧିକାରୀଙ୍କୁ ପଚାରିବାରୁ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜଳଯୋଗାଣ ହୋଇପାରୁନାହିଁ। ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।
The post ପାନୀୟ ଜଳ ଅଭାବ: ବିରିଘାଟରେ ମହିଳାଙ୍କ ରାସ୍ତାରୋକ first appeared on Sambad.from ଜିଲ୍ଲା | Sambad https://ift.tt/3zU6bLy
0 Comments