ଥୁଆପାଲି : ଭେଡ଼େନ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଗୁରୁବାର ସହରାଟିକ୍ରାଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟଘର ସଦସ୍ୟ ଡାକ୍ତର ମାଝୀଙ୍କ ତତ୍ତ୍ବାବଧାନରେ ତଥା ସହସମ୍ପାଦକ ମୁକୁନ୍ଦ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭେଡ଼େନ ଥାନାଧିକାରୀ ସଂଗୀତା ମହାପାତ୍ର, ସମ୍ମାନିତ ଅତିଥି ଭାବେ ଏସ୍‌ଆଇ ରୁଦ୍ରନାରାୟଣ ପଧାନ, ସରପଞ୍ଚ ସମୀର ସେଟ୍‌, ସ୍ବେଚ୍ଛାସେବୀ ପୃଥ୍ବୀଭୂଷଣ ଦାଶ, ବନ ବିଭାଗର ପ୍ରଶାନ୍ତ ସାହୁ, ନାରାୟଣ ପଧାନ, ମାନଭଞ୍ଜନ ସାହୁ, ଶଶିକାନ୍ତ ଛତର ପ୍ରମୁଖ ଯୋଗଦାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀମତୀ ମହାପାତ୍ର ଜୀବଜଗତ ସୁରକ୍ଷା ପାଇଁ ବୃକ୍ଷରୋପଣ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥିଗଣ ଆମେ ବୃକ୍ଷର ଯତ୍ନ ନେଲେ ବୃକ୍ଷ ଆମର ଯତ୍ନ ନେବ ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସାହିତ୍ୟ ଘର ସମ୍ପାଦକ ସତ୍ୟନାରାୟଣ ଭୋଇ, କୋଷଧକ୍ଷ ପର୍ଶୁରାମ ପାତ୍ର, ସଦସ୍ୟ ସାମ୍ୱାଦିକ ସ୍ଵାଧୀନ ରଥ, ଗୁଣନିଧି ଭୋଇ, ସୁଶିଲ ବୁଧିଆଙ୍କ ସମେତ କୁଷ୍ଣଚନ୍ଦ୍ର ପଟ୍ଟନାୟକ, ଟଙ୍କଧର ସେଟ, ତେଜରାଜ ପଧାନ, ମଣ୍ଟୁ ପଧାନ, ପୀତାମ୍ବର ପଧାନ, ପଞ୍ଚାନନ ସାହୁ, ସୁଦାମ ମାଝୀ, ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ସତ୍ୟନାରାୟଣ ଭୋଇ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୩ ଶହ ଚାରା ରୋପଣ କରାଯାଇଥିଲା।

The post ‘ଜୀବଜଗତ ସୁରକ୍ଷା ପାଇଁ ବୃକ୍ଷରୋପଣ ଅପରିହାର୍ଯ୍ୟ’ first appeared on Sambad.

from ଜିଲ୍ଲା | Sambad https://ift.tt/2UZ5YaB