
ପୁରୀ: ଚତୁର୍ଦ୍ଧାବିଗ୍ରହ ଗୁଣ୍ଡିଚା ମନନ୍ଦିରର ଜନ୍ମବେଦିରେ ବିଜେ କରିଛନ୍ତି। ଆସନ୍ତାକାଲିଠାରୁ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କଠାରେ ଷାଠିଏ ପଉଟି ଭୋଗ ଲାଗି ହେବ। ତେଣୁ ଆସନ୍ତାକାଲିଠାରୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାରେ ମହାପ୍ରସାଦ ରନ୍ଧା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ଷକୁ ଥରେ ମିଳୁଥିବା ଏହି ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଧାଡ଼ିରେ ଆସି ମହାପ୍ରସାଦ ନେବା ପାଇଁ ସେଡ୍ ବ୍ୟବସ୍ଥା କରାଯାଇଛି।
ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ମୁତାବକ, ମହାପ୍ରସାଦ ନେବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଦକ୍ଷିଣ ଦ୍ବାର ଓ ଉତ୍ତରଦ୍ବାର(ନୃସିଂହ ମନ୍ଦିର ପାର୍ଶ୍ବ)ରେ ସେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କୁ ସୁବିଧାରେ ମହାପ୍ରସାଦ ଦେବା ପାଇଁ ଟୋକନ୍ ବ୍ୟବସ୍ଥା କରାଯାଇଛି। ସୁଆର ମହାସୁଆର ନିଯୋଗକୁ ଏହି ଦାୟିତ୍ବ ଦିଆଯାଇଛି। ସୁଆର ମହାସୁଆର ନିଯୋଗ ଭକ୍ତଙ୍କଠାରୁ ଟଙ୍କା ନେଇ ଟୋକନ୍ ଯୋଗାଇ ଦେବ। ଏଥିପାଇଁ ଦୁଇ ଦ୍ବାରରେ ଦୁଇଟି କାଉଣ୍ଟର୍ କରାଯାଇଛି। ଭକ୍ତମାନେ ଏହି ସେଡ୍ଠାରେ ଟୋକନ୍ ଧରି ଅପେକ୍ଷା କରିବେ। ମହାପ୍ରସାଦ ଆସିବା ପରେ ସୁଆରମହାସୁଆର ନିଯୋଗର ସଦସ୍ୟଙ୍କୁ ଟୋକନ୍ ଦେଖାଇ ନେଇ ପାରିବେ। ସେପଟେ ସୁଆର ମହାସୁଆର ନିଯୋଗ ବି ସୁବିଧାରେ ମହାପ୍ରସାଦ ଦେବା ପାଇଁ ନମ୍ବର ଜାରି କରିଛି। ଏହି ନମ୍ବରରେ ଯୋଗାଯୋଗ କରି ଭକ୍ତମାନେ ମହାପ୍ରସାଦ ନେଇ ପାରିବେ। ଅଯଥା ଭିଡ଼ ଉପରେ ରୋକ୍ ଲଗାଯାଇଛି।
The post ଆଜିଠୁ ମିଳିବ ଆଡ଼ପ ଅବଢ଼ା, ଦକ୍ଷିଣ ଓ ଉତ୍ତରଦ୍ବାରରେ ସ୍ବତନ୍ତ୍ର ସେଡ୍ first appeared on Sambad.from ଜିଲ୍ଲା | Sambad https://ift.tt/3r5T6LM
0 Comments