
ସମ୍ବଲପୁର: ଆଜି ସମ୍ବଲପୁର ଏନ୍ଏସ୍ସିବି କଲେଜ ପରିସରରେ ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ କଲେଜର ଯୁବ ରେଡକ୍ରସ, ଏସ୍ସିସି, ଇକୋ କ୍ଲବ, ଏନ୍ଏସ୍ଏସ୍ ସହଯୋଗରେ ବୃକ୍ଷରୋପଣ କରାଯାଇଛି। କଲେଜ ପରିସରରେ ସୁନ୍ଦର ପରିବେଶ ସହିତ ବର୍ତ୍ତମାନ ସମୟର ଆବଶ୍ୟକତା ଦୃଷ୍ଟିରୁ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏନ୍ଏସ୍ସିବି କଲେଜର ଅଧ୍ୟକ୍ଷ ଡ.ଶ୍ୟାମ ଭୋଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ବୃକ୍ଷରୋପଣ ପାଇଁ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ.ବିଶ୍ବମୋହନ ଜେନା, ଇକୋ କ୍ଲବ ଓଆଇସି ମିନତି ଛତ୍ରୀ, ଯୁବ ରେଡକ୍ରସର କାଉନ୍ସେଲର୍ ସୁରେଶ ଏକ୍କା, ଏନ୍ସିସି ଅଧିକାରୀ ସୁଜିତ ପ୍ରଧାନ, ଡ. ରଘୁମଣି ନାଏକ, ସତ୍ୟ ପ୍ରକାଶ ନନ୍ଦ, ସତ୍ୟପ୍ରକାଶ ଟୁଡୁ, ସନ୍ତୋଷ ବେହେରା, ମୀନା ପୂ୍ର୍ତ୍ତି, ପ୍ରଶାନ୍ତ ପଣ୍ଡା, ମିଲି ସାହୁ, ହରିହର ମଲ୍ଲିକଙ୍କ ସହିତ ତୌସିଫ୍ ରାଜା, ଅଂଶୁମାନ ବାରିକ, ଅଜୟ ବାଘ, ଭବାନୀଶଙ୍କର ସିଂହ, ରୋଜାଲିନ ସାହି, ଆଫ୍ରିନ ବେଗୁମ୍, ସୌମ୍ୟା ମିଶ୍ର, ଏସ୍କେ ଫାଇଜାନ୍, ଉମାଶିଷ ବାଗ, ଝରଣା ସାନବଡ଼, ସୀମାଂଜଳି ପରିଡ଼ା, ସିସିଲିଆ ଏକ୍କା ପ୍ରମୁଖ ବୃକ୍ଷରୋପଣରେ ସହଯୋଗ କରିଥିଲେ। ‘ସମ୍ବାଦ ସାହିତ୍ୟ ଘର’ର ସଭାପତି ଡ. ମନୋଜ ପଣ୍ଡା, ସଂପାଦକ ଡ. ସିଦ୍ଧାର୍ଥ ପଣ୍ଡା, କୋଷାଧ୍ୟକ୍ଷ ଡ. ଗୋବିନ୍ଦ ମହାରଣା, ଅଖିଳ ବିଶ୍ବାଳ, ରେମଶ ମିର୍ଦ୍ଧା, ସରୋଜ, କମଳଲୋଚନ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ଦାଶରଥୀ ବେହେରା, ରତ୍ନାକର ଭୋଇ, ଜ୍ଞାନରଂଜନ ମିଶ୍ର, ମଳୟ ପରିଡ଼ା, ନରେଶ ସେଠ, ଦେବନ୍ତ ବେହେରା, ବନ ବିଭାଗର କର୍ମଚାରୀ ବସନ୍ତ ପ୍ରଧାନଙ୍କ ସହିତ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ।
The post ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ first appeared on Sambad.from ଜିଲ୍ଲା | Sambad https://ift.tt/3wEcfFU
0 Comments