
ଇବ୍ଥର୍ମାଲ : ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି) ବନହରପାଲିସ୍ଥିତ ୟୁନିଟ୍ ୩ରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଦୁର୍ଘଟଣା ଘଟି ଶ୍ରମିକ ପ୍ରକାଶ ଖମାରୀ (୪୦) ଗୁରୁତର ଆହତ ହୋଇଛନ୍ତି।
ତେଲେନପାଲି ଗ୍ରାମର ପ୍ରକାଶ ଏନକୋଟେକ୍ ଠିକା ସଂସ୍ଥାରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଛନ୍ତି। ଗୁରୁବାର ଦିନ ୟୁନିଟ୍ ୩ ଟରବାଇନ୍ ଅଞ୍ଚଳରେ କଣ୍ଡେନସର୍ କାମ ଚାଲିଥିଲା। ସଂପୃକ୍ତ ଠିକା ସଂସ୍ଥାର କେତେ ଜଣ ଶ୍ରମିକଙ୍କ ସହ ପ୍ରକାଶ ସେଠାରେ ଇଲେକ୍ଟ୍ରି କାମ କରୁଥିଲେ। ସୂତ୍ର ମତେ ସେ ଅଞ୍ଚଳରେ ଏକ ବଡ଼ ଲୁହା ପ୍ଲେଟ୍ ଥିବା ବେଳେ ଲୁହା ପ୍ଲେଟର କିଛି ଅଂଶ କଟା ଯାଇଥିଲା। କାମ କଲାବେଳକୁ ସେଠାରେ ଶକ୍ତ ସୁରକ୍ଷା ବଳୟ କରାଯିବା କଥା, ହେଲେ କେବଳ ସୁରକ୍ଷା ଟ୍ୟାଗ୍ (ଫିତା) ବନ୍ଧା ଯାଇଥିବାରୁ କାମ କରୁଥିବା ସମୟରେ ପ୍ରକାଶ ପ୍ରାୟ ୩୦ ଫୁଟ୍ ତଳକୁ ଖସି ପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଇବ୍ଥର୍ମାଲ ଡାକ୍ତରଖାନା ଆଣି ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପ୍ରକାଶଙ୍କ ଜଙ୍ଘ, କହୁଣି ଓ ଶରୀରର ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ଡାହାଣ ପାର୍ଶ୍ବ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ଏହି ୟୁନିଟ୍ ୩ରେ ଦୁର୍ଘଟଣା ଘଟି ୬ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଠିକା ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
The post ଓପିଜିସିରେ ଦୁର୍ଘଟଣା, ଶ୍ରମିକ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/2TgCxQU
0 Comments