
କୋମନା : କୋମନା ସୁନ୍ଦର ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଏଥିପାଇଁ ନଦୀରେ ମାଛଧରାଳିଙ୍କ ପ୍ରବଳ ଭିଡ଼ ହୋଇଛି। ଅନ୍ୟପଟେ ସୋମବାର ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ହେବାରୁ ଚାଷୀମାନେ ତଳି ରୂଆଁ କାର୍ଯ୍ୟା ଆରମ୍ଭ କରିଛନ୍ତି। କୋମନା ଗାଁ ପାଖ ଦେଇ ଯାଇଥିବା ଏହି ନଦୀରେ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେବାରୁ ନଦୀକୂଳିଆ ଲୋକ, ମାଛଧରାଳିଙ୍କ ପ୍ରବଳ ଭିଡ଼ ହୋଇଥିଲା। ଏଥିପାଇଁ କୋମନା ବ୍ଲକ୍ ଅଞ୍ଚଳର ବଜାରରେ ଗୁରବାର ମାଛର ଦର କମିବା ସହ ବିଭିନ୍ନ ପ୍ରକାରର ମାଛ ଦେଖିବାକୁ ମିଳିଥିଲା।
The post ସୁନ୍ଦର ନଦୀରେ ପ୍ରଥମ ବନ୍ୟାଜଳ first appeared on Sambad.from ଜିଲ୍ଲା | Sambad https://ift.tt/37cpvag
0 Comments