ରାଉରକେଲା : ଅଙ୍ଗନବାଡି ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଣ ଦାୟିତ୍ବ ମହିଳା ଏସ୍‌ଏସ୍‌ଜିଙ୍କ ହାତରେ। ସୁନ୍ଦରଗଡ ଜିଲ୍ଲାରେ ଯୋଗାଣ ଦାୟିତ୍ବରେ ଥିବା କିଛି ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ ନିମ୍ନମାନର ଛତୁଆ, ଲଡୁ ଦେଉଥିବା ବାରମ୍ବାର ଅଭିଯୋଗ ହେଉଛି। ନିମ୍ନମାନର ଛତୁଆ, ଲଡୁ ଯୋଗାଣ ଘଟଣାରେ ବିଗତ ଦିନରେ କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ହଟାଇ ଦିଆଯାଇଛି। କଳା ତାଲିକାଭୁକ୍ତ କରାଯାଇଛି। ତଥାପି କିଛି ଏସ୍‌ଏସ୍‌ଜି ଗ୍ରୁପ ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଛତୁଆ ଓ ଲଡୁ ପ୍ରସ୍ତୁତି କାମ ହାତଉଛନ୍ତି। ଏବେ ସେମିତି ଘଟଣା ପଦାକୁ ଆସିଛି।

ନିକଟରେ କଳା ତାଲିକାଭୁକ୍ତ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ପୁଣି ଛତୁଆ, ଲଡୁ ପ୍ରସ୍ତୁତି ଦାୟିତ୍ବ ଦିଆଯାଇଛି। ଏମିତି ଘଟଣା ଘଟିଛି ରାଉରକେଲା ଇସ୍ପାତ ସହରାଞ୍ଚଳ ପ୍ରକଳ୍ପରେ। ସେକ୍ଟର-୫ ଗୋଲଘରର ମା’ ତାରିଣୀ ଏସ୍‌ଏସ୍‌ଜି ଗ୍ରୁପ୍‌କୁ ଛତୁଆ ଦାୟିତ୍ବ ବଣ୍ଟନ ଦାୟିତ୍ବରୁ ହଟାଇ କୁଆଡେ ତାଙ୍କୁ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ଜୟନ୍ତୀ ରାୟ, ଗୀତାଞ୍ଜଳି ପଣ୍ଡା ଓ ବାସନ୍ତି ଧଳ। ବିନା ତଦନ୍ତ ଓ କେଉଁ ଆଧାରରେ ମା’ ତାରିଣୀ ଏସ୍‌ଏସ୍‌ଜି ଗ୍ରୁପ୍‌କୁ ହଟାଇ ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଘଟଣାର ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ନ ଆଣିଲେ ପାନପୋଷ ଉପଜିଲ୍ଲାପାଳ ଅଫିସ୍‌ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଏସ୍‌ଏଚ୍‌ଜି ଗ୍ରୁପକୁ ବଣ୍ଟନ ଦାୟିତ୍ବରେ ଥିବା ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇଥିବା ଗହମ ନିମ୍ନମାନର। ଗହମ ବସ୍ତିରେ ‌ପୋକ ସାଲୁବାଲୁ ହେଉଛନ୍ତି। ପ୍ରତ୍ୟେକ ବସ୍ତାରେ ୫ରୁ ୬ କିଲୋ ଅଳିଆ ବାହାରୁଛି। ଏମିତି ଗହମ ଯୋଗାଣ ସଂକ୍ରାନ୍ତରେ ବଣ୍ଟନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହାନ୍ତି ବୋଲି ଏସ୍‌ଏସ୍‌ଜିର ମହିଳାମାନେ କହିଛନ୍ତି। ସେପଟେ ଏସଂକ୍ରାନ୍ତରେ ବଣ୍ଟନ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ଭୁଲବଶତଃ ଗୋଦାମରୁ ନିମ୍ନମାନର ଗହମ ଚାଲିଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ଭଲ ଗହମ ପଠାଇବୁ। ପୂର୍ବରୁ ପଠାଯାଇଥିବା ଗହମବସ୍ତାଗୁଡ଼ିକୁ ନେଇ ଆସିବୁ।

The post ଅଙ୍ଗନବାଡି ଶିଶୁଙ୍କୁ ପୋକରା ଗହମ first appeared on Sambad.

from ଜିଲ୍ଲା | Sambad https://ift.tt/3jFb1Hv