
ଅତାବିରା : ବାରପାହାଡ଼ ପାଦଦେଶରେ ଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଖରମୁଣ୍ଡା ପଂଚାୟତ ରୁନିପାଲି ନିକଟରେ ଜଂଗଲୀ ବାର୍ହା ଶିକାର ପାଇଁ ବିଛାଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ହୋଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି ମୃତ ଭାଲୁକୁ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ଥିବା ସନ୍ଦେହ କରି କିଛି ଲୋକଙ୍କୁ ଆଣି ଜେରା କରୁଛି।
ପ୍ରକାଶ ଯେ, ରୁନିପାଲି ଗ୍ରାମର ୧ କିମି ଜଂଗଲ ପଟକୁ ବାର୍ହା ମାରିବା ପାଇଁ ତାର ଜାଲ ବିଛାଇଥିଲେ। ଜଂଗଲୀ ବାର୍ହା ଚଳପ୍ରଚଳ କରିଥିବା ସ୍ଥାନରେ ଗଛ ଖୁଣ୍ଟ ପୋତି, ଖୁଣ୍ଟକୁ ଖୁଣ୍ଟ ଆଲୁମିନିୟମ ତାର ବାନ୍ଧି ସେଥିରେ ୧୧ କେଭି ତାର ସଂଯୋଗ କରିଥିଲେ। ଗତ ୧୩ ତାରିଖ ରାତିରେ ବାର୍ହା ବଦଳରେ ଏକ ଭାଲୁ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ୧୪ ତାରିଖ ବନ ବିଭାଗ କର୍ମଚାରୀମାନେ ଭାଲୁର ଶବ ଜବତ କରି ଏକ ମାମଲା ରୁଜୁ କରିଛନ୍ତି।
The post ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଲୁ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3rk6xYD
0 Comments