
ବଅଁରପାଳ : ବଅଁରପାଳ ବ୍ଲକର ଗଡସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି ଗ୍ରାମର ରଜତ ରଞ୍ଜନ ନାଥ ନିଆରା ଢଙ୍ଗରେ ନିଜ କାରିଗରୀ ମାଧ୍ୟମରେ କାର୍ଗିଲ ଦିବସରେ ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତାଙ୍କର ଚିତ୍ର ତାଳଗଛର ବାଂଖୁଲାରେ ଆଙ୍କି।
ରଜତ ଗତ ୨୩ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ଘରେ ସଙ୍ଗରୋଧରେ ରହିଛନ୍ତି।ସ୍ୱାସ୍ଥ୍ୟ ଖରାପ ଥାଇ ମଧ୍ୟ ନିଜର କଳା କାରିଗରୀକୁ ରୋକି ପାରିନାହାଁନ୍ତି।ଶହୀଦ ମାନଙ୍କୁ ତାଙ୍କ ବିଜୟୀ ଦିବସରେ ତାଙ୍କୁ କିପରି ଶ୍ରଦ୍ଧାଞ୍ଜଳି ଦେବେ ସେଥିପାଇଁ ନିଜର ସ୍ୱାସ୍ଥ୍ୟ ଖରାପ କଥା ଭୁଲି ଯାଇ ଅନୁଗୁଳ ଜିଲ୍ଲା ତଥା ଆଖ ପାଖ ଜିଲ୍ଲାର ଯବାନ ଯେଉଁମାନେ୧୯୯୯ ମସିହା ଜୁଲାଇ ୨୬ ରେ ଯେଉଁମାନେ ସହୀଦ ହୋଇଥିଲେ ତାଙ୍କ ଫୋଟୋ ଚିତ୍ର ତାଳ ଗଛର ବାଂଖୁଲାରେ ଜୀବନ୍ତ ଚିତ୍ର ଆଙ୍କି ତାଙ୍କୁ ନିଆରା ଢଙ୍ଗରେ ଦେଇଥିଲେ ଶ୍ରଦ୍ଧାଞ୍ଜଳି।
ସେ ପୂର୍ବରୁ ଗଲୱାନ ଘାଟିରେ ମୃତ୍ୟୁ ବରଣ କରିଥିବା ସହୀଦ ଯବାନ ମାନଙ୍କୁ ବାଉଁଶରେ ଯବାନ ମାନଙ୍କ ଫୋଟୋ ଚିତ୍ର ଆଙ୍କି ଦେଇଥିଲେ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଓ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ତିନି ଠାକୁରଙ୍କ ଚିତ୍ର ଭାତ, ଶାଗ, ବାଇଗଣ, ଛୁଇଁ, ବ୍ୟଞ୍ଜନ ଖାଦ୍ୟରେ ଅତି ସୁନ୍ଦରତାର ସହିତ ତିଆରି କରିଥିଲେ ନିଜ କଳା ସାହାଯ୍ୟରେ।ତାଙ୍କର ଏହିଭଳି ନିଆରା କଳା କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।
The post କାର୍ଗିଲ ବିଜୟ ଦିବସରେ ଶହୀଦଙ୍କୁ ଜଣାଇଲେ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି first appeared on Sambad.from ଜିଲ୍ଲା | Sambad https://ift.tt/3BMr8ti
0 Comments