ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଉପରକାଇପୁର ନିକଟରେ ମାଫିଅମାନେ ଏକ ଗୋରୁ ବୋଝେଇ କଣ୍ଟେନର ଛାଡ଼ି ଫେରାର ହୋଇଯାଇଛନ୍ତି। ଗୋରୁଗୁଡ଼ିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଞ୍ଚଳର ସମାଜସେବୀ।

୪୯ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ବିଭିନ୍ନ ଗାଡ଼ିରେ ଗୋରୁ ଚାଲାଣ ହେଉଛି। ରବିବାର ଭୋର ସକାଳୁ ଏକ କଣ୍ଟେନର (ଡବ୍ଲୁବି-୧୧-ଡି-୩୭୨୪)ରେ ଗୋରୁ ଚାଲାଣ ହେଉଥିବାବେଳେ ତେନ୍ତୁଳି ପାର୍କିଂ ନିକଟ ଉପରକାଇପୁର ଗାଁ ପାଖରେ ଗାଡ଼ିର ଇଞ୍ଜିନ ଖରାପ ହୋଇଯାଇଥିିଲା। ଫଳରେ ମାଫିଆମାନେ କଣ୍ଟେନରଟିକୁ ରାସ୍ତାକଡ଼ରେ ଛିଡ଼ା କରିଥିଲେ। ଗୋରୁ ଗୁଡ଼ିକୁ ବାହାର କରି ଜଙ୍ଗଲରେ ବାନ୍ଧି ଫେରାର ହୋଇଯାଇଥିଲେ। ଗାଡ଼ିରେ ଶହେରୁ ଊର୍ଦ୍ଧ୍ବ ଗୋରୁ ଥିଲେ। ସେଥିରୁ ୬ଟି ଗାଈ ଅସୁସ୍ଥ ଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ଠାରୁ ଖବର ପାଇ ବିଜେପି ନେତା ବିନୋଦ ପରିଡ଼ା, ପ୍ରଦୀପ ଗିରି ପ୍ରମୁଖ ପହଞ୍ଚି ପଘା ଖୋଲି ଗୋରୁଗୁଡ଼ିକୁ ଚରିବାକୁ ଜଙ୍ଗଲ ଭିତରକୁ ଛାଡ଼ି ଦେଇଥିଲେ।

The post ଗୋରୁ ବୋଝେଇ କଣ୍ଟେନର ଛାଡ଼ି ‌ମାଫିଆ ଫେରାର first appeared on Sambad.

from ଜିଲ୍ଲା | Sambad https://ift.tt/3BhYxMb