
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଆଇରନ କାରଖାନା ଫାଟକ ସମ୍ମୁଖରେ ନିଯୁକ୍ତି ଦାବିରେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକମାନେ ଧାରଣା ଦେଇଥିଲେ। ଶତାଧିକ ଯୁବକ କାରଖାନାର ମୁଖ୍ୟ ଫାଟକକୁ ବନ୍ଦ କରିବା ସହ କାହାରିକୁ ଭିତରକୁ ଛାଡ଼ି ନଥିଲେ। ଫଳରେ କାରଖାନା ପରିସରରେ ଚାଲିଥିବା ମରାମତି କାର୍ଯ୍ୟ ଠପ୍ ହୋଇଯାଇଥିଲା।
କମ୍ପାନି କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଏକ ପ୍ରତିନିଧି ଦଳ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। କମ୍ପାନି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନଦେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
The post ନିଯୁକ୍ତି ଦାବିରେ ଓଡ଼ିଶା ସ୍ପଞ୍ଜ ଆଇରନ କାରଖାନା ସମ୍ମୁଖରେ ଧାରଣା first appeared on Sambad.from ଜିଲ୍ଲା | Sambad https://ift.tt/2UfvnNn
0 Comments